Advertisment

ଓଭର ଟେକ ବେଳେ କାର ଉପରେ ଓଲଟି ପଡ଼ିଲା ଟ୍ରକ, ଗୋଟିଏ ପରିବାରର ୪ ମୃତ

ସେହିପରି ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ କାରଟି ସଂପର୍ଣ୍ଣ ଭାବେ ଚୂରମାର ହୋଇଯାଇଛି। ମଧ୍ୟପ୍ରଦେଶର ଗୁନା ଜାତୀୟ ରାଜପଥରେ ଆଜି ଭୋର ସମୟରେ ଏପରି ଘଟଣା ଘଟିଛି।

Accident

Accident

Advertisment

ଘନ କୁହୁଡ଼ି ମଧ୍ୟରେ କାର୍‌କୁ ଓଭରଟେକ କରୁଥିବା ଟ୍ରକ ଯୋଗୁ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଓଭରଟେକ ବେଳେ ଲୁହା ଓ ଟିଣ ବୋଝେଇ ଟ୍ରକଟି ଗୋଟିଏ କାର୍‌ ଉପରେ ଓଲଟି ପଡ଼ିଛି। ଏଥିଯୋଗୁ କାର ମଧ୍ୟରେ ଥିବା ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ସେହିପରି ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ କାରଟି ସଂପର୍ଣ୍ଣ ଭାବେ ଚୂରମାର ହୋଇଯାଇଛି। ମଧ୍ୟପ୍ରଦେଶର ଗୁନା ଜାତୀୟ ରାଜପଥରେ ଆଜି ଭୋର ସମୟରେ ଏପରି ଘଟଣା ଘଟିଛି।

ପୁଲିସ୍ କହିଛି ଯେ ଦୁର୍ଘଟଣାରେ ରାଜଗଡ଼ ଜିଲ୍ଲାର ଜଣେ ଦମ୍ପତି ଓ ସେମାନଙ୍କ ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି। ଗୁନା ଅନ୍ତର୍ଗତ ଗାଧା ନିକଟ ଏନଏଚ ୪୬ରେ ଘଟିଥିବା ଦୁର୍ଘଟଣାରେ ଆଉ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ କାର ମଧ୍ୟରୁ ବାହାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଲୁହା ଓ ଟିଣ ନେଇ ଯାଉଥିବା ଗୋଟିଏ ଟ୍ରକ ଦ୍ରୁତଗତିରେ କାରଟିକୁ ଅତିକ୍ରମ କରୁଥିଲା। ଟ୍ରକରେ ପ୍ରାୟ ୪୦ ଟନ୍ ଜିନିଷ ଥିଲା। ତେବେ ଓଭର ଟେକ ସମୟରେ ଡ୍ରାଇଭର ଜଣଙ୍କ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଟ୍ରକଟି ସିଧା କାର ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା। ଘଟଣା ସ୍ଥଳରେ ୪ ଜଣଙ୍କ ଜୀବନ ଚାଲି ଯାଇଥିଲା।

ପୁଲିସ କାର ନମ୍ବରକୁ ଆଧାର କରି ମୃତାହତଙ୍କ ପରିବାର ଲୋକଙ୍କ ସହ ସମ୍ପର୍କ କରିଛି। ଟ୍ରକକୁ କାର ଉପରୁ ହଟାଇବା ପାଇଁ ପୁଲିସ୍‌ କ୍ରେନର ବ୍ୟବହାର କରିଥିଲା। ସେହିପରି ଜେସିବି ଦ୍ୱାରା ଲୁହା ଓ ଟିଣକୁ ଘଟଣାସ୍ଥଳରୁ ହଟାଇଛି।

Accident Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe