Advertisment

ଟ୍ରାକ ସଫା କରୁଥିବାବେଳେ ମାଡ଼ିଗଲା ଟ୍ରେନ, ୪ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ରେଲୱେ ଟ୍ରାକ ସଫା କରୁଥିବାବେଳେ ଟ୍ରେନ ଧକ୍କାରେ ୪ ସଫେଇ କର୍ମଚାରୀଙ୍କର ମୃତ୍ୟୁ। କେରଳର ପାଲକ୍କଡ ନିକଟ ଶୋରନୁର ଷ୍ଟେସନଠାରୁ କିଛି ଦୂରରେ ଥିବା ଭରତପୁଝା ନଦୀ ବ୍ରିଜ ଉପରେ ଘଟିଛି ଦୁର୍ଘଟଣା।

Train Accident

Train Accident

Advertisment

ରେଲୱେ ଟ୍ରାକ ସଫା କରୁଥିବା ସଫେଇ କର୍ମଚାରୀଙ୍କୁ ଧକ୍କା ଦେଲା ଟ୍ରେନ। ଦୁର୍ଘଟଣାରେ ୪ ସଫେଇ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଏଭଳି ବିଚଳିତ କଲା ଭଳି ଘଟଣା କେରଳର ପାଲକ୍କଡ ନିକଟ ଶୋରନୁର ଷ୍ଟେସନଠାରୁ ଅଳ୍ପ ଦୂରରେ ଘଟିଛି। କେରଳ ଏକ୍ସପ୍ରେସ ଧକ୍କାରେ ମୃତ୍ୟୁ ଘଟିଥିବା ୪ ସଫେଇ କର୍ମଚାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।

Advertisment

ଖବର ଅନୁସାରେ, ରେଲୱେ ଟ୍ରାକ୍ ସଫେଇ କର୍ମଚାରୀଙ୍କ ଏକ ଚାରି ଜଣିଆ ଦଳ ଭରତପୁଝା ନଦୀ ବ୍ରିଜ ଉପରେ ଟ୍ରାକ ସଫା କରୁଥିଲେ। ଏତିକିବେଳେ କେରଳ ଏକ୍ସପ୍ରେସ ଟ୍ରେନ ଆସିଥିଲା। ଟ୍ରେନ ଦେଖି ସେମାନେ ସେଠାରୁ ଦୌଡ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ଠିକ୍ ସମୟରେ ବ୍ରିଜର ଅନ୍ୟ ପ୍ରାନ୍ତରେ ପହଞ୍ଚିପାରିନଥିଲେ। ଟ୍ରାକ୍ ମଧ୍ୟରେ ଅଟକି ଯିବାରୁ ସେମାନଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଦୁଇଜଣ ପୁରୁଷ ଏବଂ ଦୁଇଜଣ ମହିଳାଙ୍କ ସମେତ ୪ ଜଣ ସଫେଇ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।

ରେଳବାଇ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତିନୋଟି ମୃତଦେହ ଜବତ କରିଛି। ଚତୁର୍ଥ ମୃତଦେହ ନିକଟ ଭରତପୁଝା ନଦୀରେ ପଡ଼ିଯାଇଥିବା ଜଣାପଡିଛି। ଯାହାକୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଥିବା ପୁଲିସ ଅଧିକାରୀ କହିଛନ୍ତି। ଶ୍ରମିକମାନେ ହୁଏତ ଆସୁଥିବା ଟ୍ରେନକୁ ଠିକ୍ ସମୟରେ ଦେଖି ପାରିନଥିବେ, ଯାହା ଦୁର୍ଘଟଣାର କାରଣ ହୋଇପାରେ ବୋଲି ଅଧିକାରୀ ଜଣକ କହିଛନ୍ତି। ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Advertisment
Train Accident Train Tragedy Kerala Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe