Advertisment

ବିଶ୍ୱବିଦ୍ୟାୟଳରେ ଭୟଙ୍କର ଦଳାଚକଟା, ୪ ଶିକ୍ଷାର୍ଥୀଙ୍କ ମୃତ୍ୟୁ

କ୍ୟାମ୍ପସ ଭିତରେ ଗୋଟିଏ ସଂଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏତେ ବଡ଼ ଅଘଟଣ ଘଟିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Stamped

Stamped

କୋଚି ବିଶ୍ୱବିଦ୍ୟାଳୟରେ ଭୟଙ୍କର ଦଳାଚକଟା। ଚାଲିଗଲା ୪ ଶିକ୍ଷାର୍ଥୀଙ୍କ ଜୀବନ। ଘଟଣାରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ପିଲାଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। କ୍ୟାମ୍ପସ ଭିତରେ ଗୋଟିଏ ସଂଗୀତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏତେ ବଡ଼ ଅଘଟଣ ଘଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, କୋଚି ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂ ତରଫରୁ ଆଜି ସନ୍ଧ୍ୟାରେ ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଶତାଧିକ ଶିକ୍ଷାର୍ଥୀ ସାମିଲ ହୋଇଥିଲେ। ତେବେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍‌ ଦଳାଚକଟା ହୋଇଥିଲା।

ଶିକ୍ଷାର୍ଥୀ ୱେଲଫେୟାର ଡିରେକ୍ଟର ପିକେ ବେବୀ କହିଛନ୍ତି, ବିଶ୍ୱବିଦ୍ୟାଳୟର ଓପନ ଏୟାର ଅଡିଟୋରିୟମରେ ଏହି ଘଟଣା ଘଟିଛି। ପ୍ରାଥମିକ ସୂଚନା ଅନୁସାରେ ୪ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି। ନିଖିତା ଗାନ୍ଧି ସଂଗୀତ ପରିବେଶଣ କରୁଥିବା ବେଳେ ହଠାତ ଅଡିଟୋରିୟମର ପଛ ଭାଗରେ ଥିବା ଦର୍ଶକମାନେ ଆଗକୁ ମାଡ଼ି ଯାଇଥିଲେ।

Advertisment

ଫଳରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ବେଳେ ପ୍ରାୟ ୨ ହଜାର ଶିକ୍ଷାର୍ଥୀ ଅଡିଟୋରିୟମରେ ଉପସ୍ଥିତ ଥିଲା। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ବେବୀ ମଧ୍ୟ ଆଶଙ୍କା କରିଛନ୍ତି।

ଦଳାଚକଟା ଖବର ପାଇ ଆମ୍ବୁଲାନ୍ସ ଓ ଉଦ୍ଧାରକାରୀ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ତୁରନ୍ତ Kalamassery Medical Collegeକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। 

Kerala Stampede