Advertisment

ଇଲେକ୍ଟ୍ରିକ ସ୍କୁଟିରୁ ନିଆଁ ଲାଗି ଜଳିଗଲା ୪ଟି ଗାଡ଼ି

ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

ଇଲେକ୍ଟ୍ରିକ ସ୍କୁଟିରୁ ନିଆଁ ଲାଗି ଜଳିଗଲା ୪ଟି ଗାଡ଼ି। ସୁନ୍ଦରଗଡ଼ ଜିଲ୍ଲାରେ ଼ଏହି ଅଘଟଣ ଘଟିଛି। ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଛନ୍ତି।

Advertisment

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ନିକଟରେ ରହୁଥିବା ଜଣେ ବ୍ୟକ୍ତି ରାତିରେ ନିଜ ଗ୍ୟାରେଜରେ ଇଲେକ୍ଟ୍ରିକ ସ୍କୁଟିକୁ ଚାର୍ଜ ବସାଇଥିଲେ। ହଠାତ୍ ଇଲେକ୍ଟ୍ରି ସ୍କୁଟିରେ ନିଆଁ ଲାଗିଯାଇଥିଲା। ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ଫଳରେ ଗ୍ୟାରେଜରେ ଥିବା ୩ଟି ସ୍କୁଟି ଓ ଗୋଟିଏ ବାଇକ୍‌ରେ ନିଆଁ ଲାଗିଯାଇଥିଲା।

ପରିବାର ଲୋକେ ଗ୍ୟାରେଜରେ ନିଆଁ ଲାଗିଯାଇଥିବା ଦେଖି ଅଗ୍ନିଶମ ବାହିନୀକୁ ଫୋନ୍ କରିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଗାଡ଼ି ଗୁଡ଼ିକ ନିଆଁରେ ଜଳି ପାଉଁଶ ହୋଇଯାଇଥିଲା। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Advertisment
Fire Breakout Sudargarh