Advertisment

ଗଜସାଥୀଙ୍କୁ କଚାଡ଼ି ଦେଲା ହାତୀ, ଅବସ୍ଥା ଗୁରୁତର

ଅନ୍ୟ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହିତ ରବି ମାଝୀ ମଧ୍ୟ ଆଜି ଭୋରରୁ ହାତୀ ଘଉଡ଼ାଇବାକୁ ବୁଦେଲଗୁମା ଗାଁକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Elephant Attack

Elephant Attack

Advertisment

ହାତୀ ଆକ୍ରମାଣରେ ଗଜସାଥୀ ଗୁରୁତର । ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଧୀନ ବୁଦେଲଗୁମା ଗାଁ ନିକଟରେ ଘଟିଛି । ଗୁରୁତର ଜଙ୍ଗଲ ବିଭାଗ କର୍ମଚାରୀ ବା ଗଜସାଥୀଜଣକ ହେଉଛନ୍ତି ରବି ମାଝୀ |

Advertisment

ବୁଦେଲଗୁମା ଗାଁ ନିକଟକୁ ଦଶଟି ଜଙ୍ଗଲି ହାତୀ ଚାଲି ଆସିଥିବା ନେଇ ବନ ବିଭାଗ ଖବର ପାଇଥିଲା। ଏହାପରେ ଅନ୍ୟ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହିତ ରବି ମାଝୀ ମଧ୍ୟ ଆଜି ଭୋରରୁ ହାତୀ ଘଉଡ଼ାଇବାକୁ ବୁଦେଲଗୁମା ଗାଁକୁ ଯାଇଥିଲେ।

ହାତୀ ଆସିଥିବା ଖବର ପାଇ ଧୀରେ ଧୀରେ ଅସମ୍ଭବ ଲୋକଙ୍କ ଭିଡ଼ ଜମିବାକୁ ଲାଗିଲା। ଏହି ସମୟରେ ଅଧିକ କୋଳାହଳ ହେତୁ ହଠାତ ରବି ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଉଠାଇ ନେଇ କଚାଡି ଦେଇଥିଲା ।

Advertisment

ହାତୀ ଆକ୍ରମଣରେ ରବିଙ୍କ ହାତ ଭାଙ୍ଗିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ଏବେବି ଉଡ଼ାର ନିକଟରେ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରୀ ରଖିଛି ଜଙ୍ଗଲ ବିଭାଗ ।

Elephant Attack Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe