Advertisment

ପୁଲିସ ଗାଡିକୁ ଧକ୍କା ଦେଲା ଗଞ୍ଜେଇ ମାଫିଆଙ୍କ ଗାଡି

ବୁଧବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ମୁଚିମପୁଟ ଅଂଚଳରୁ ଏକ ଏକ୍ସୟୁଭି(XUV) ଗାଡ଼ିରେ ଉମରକୋଟ ଅଭିମୁଖେ ଗଞ୍ଜେଇ ଚାଲାଣ ହେଉଥିଲା।

author-image
Manoranjan Sial
Police

Police

କଞ୍ଜେଇ ମାଫିଆଙ୍କୁ ଧରିବାକୁ ଯାଇଥିଲା ପୁଲିସ୍‌। ହେଲେ ପୁଲିସ ଗାଡିକୁ ଧକ୍କା ଦେଇ ପଳାଇ ଯାଉଥିଲେ ଗଞ୍ଜେଇ ମାଫିଆ। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲେ ପୁଲିସ କର୍ମଚାରୀ। ପରେ ଅବଶ୍ୟ ପିଛା କରି ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ୍‌। ନକ୍ସଲ ପ୍ରବଣ କୋରାପୁଟ ଜିଲ୍ଲାରୁ ଆସିଛି ଏପରି ଖବର।

Advertisment

ବୁଧବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ମୁଚିମପୁଟ ଅଂଚଳରୁ ଏକ ଏକ୍ସୟୁଭି(XUV) ଗାଡ଼ିରେ ଉମରକୋଟ ଅଭିମୁଖେ ଗଞ୍ଜେଇ ଚାଲାଣ ହେଉଥିଲା। ଏ ସମ୍ପର୍କରେ ଖବର ପାଇ ଲମତାପୁଟ ଥାନା ପୁଲିସ ଗଞ୍ଜେଇ ବୋଝେଇ ଗାଡ଼ିକୁ ଧରିବା ପାଇଁ ବଡ ସଗରରେ ପହଞ୍ଚି ଥିଲେ। ଠିକ୍‌ ସେହି ସମୟରେ ଜଲାପୁଟରୁ ଆସୁଥିବା ଗଞ୍ଜେଇ ଗାଡିଟି ପୁଲିସ ଗାଡିକୁ ଧକ୍କା ଦେଇଥିଲା।

ଗଞ୍ଜେଇ ମାଫିଆଙ୍କ ଗାଡ଼ି ଧକ୍କାରେ ପୁଲିସ୍‌ ଗାଡ଼ିରେ ସାମାନ୍ୟ କ୍ଷତି ଘଟିଥିଲା। କିନ୍ତୁ ସବୁ କର୍ମଚାରୀ ସୁରକ୍ଷିତ ଅଛନ୍ତି। କହିବାକୁ ଗଲେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲେ ପୁଲିସ୍‌ କର୍ମଚାରୀ। ପରେ ପୁଲିସ୍‌ ଗଞ୍ଜେଇ ଗାଡ଼ିକୁ ପିଛା କରିଥିଲା। ଦୀର୍ଘ ସମୟରେ ଧାଆଁ ଦୌଡ଼ ପରେ ପୁଲିସ୍‌ ଗଞ୍ଜେଇ ଗାଡ଼ିକୁ ଧରିବାରେ ସଫଳ ହୋଇଥିଲା। ଏହି ମାମଲାରେ ପୁଲିସ୍‌ ଜୟପୁର ଓ ସେମିଳିଗୁଡ଼ ଅଞ୍ଚଳର ୨ ଜଣ ଯୁବକଙ୍କୁ ଧରିଥିଲା। ଏଥିସହ ୧୦୫ କେଜି ଗଞ୍ଜେଇ ଜବତ କରିଛି।

Advertisment

ଠିକ୍‌ ସେହିପରି ମାଛକୁଣ୍ଡ ଥାନା ପୁଲିସ୍‌ ହନୁମାଲ ସହିଦ ସ୍ତମ୍ଭ ନିକଟରୁ ଗୋଟିଏ କମାଣ୍ଡର ଗାଡିରୁ ୧୮୭ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି।

ରିପୋର୍ଟ-ଲମତାପୁଟରୁ ଜଗତ ଜୀବନ

Koraput