Advertisment

ଗାଡ଼ି ଚେକିଂ ବେଳେ ମାଡ଼ିଗଲା ଗ୍ୟାସ କଣ୍ଟେନର: ବାଇକ୍ ଆରୋହୀ ମୃତ, ପୁଲିସ୍ କର୍ମଚାରୀ ଗୁରୁତର

ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

author-image
Jitendra Garnayak
Ranjan Kumar Jena

Ranjan Kumar Jena

ଗାଡ଼ି ଚେକିଂ ବେଳେ ଗ୍ୟାସ କଣ୍ଟେନର ମାଡ଼ି ଯିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଯାଜପୁରର ପାଣିକୋଇଲି ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା।

Advertisment

ପାଣିକୋଇଲି ଥାନା ସଠିପୁର ବ୍ରଜନଗର ଛକ ନିକଟରେ ୧୬ନଂ ଜାତୀୟ ରାଜପଥରେ ଆଜି ପୁଲିସ ପକ୍ଷରୁ ଗାଡ଼ି ଚେକିଂ କରାଯାଉଥିଲା। ଏହି ସମୟରେ ବାଲେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ ଗ୍ୟାସ କଣ୍ଟେନର ଦ୍ରୁତଗତିରେ ଆସି ପୁଲିସ ଗାଡ଼ିକୁ ଧକ୍କାଦେବା ସହିତ ଜଣେ ବାଇକ ଆରୋହୀ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ବାଇକ ଆରୋହୀରଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ନାଁ ରଞ୍ଜନ କୁମାର ଜେନା। ତାଙ୍କ ଘର ସ୍ଥାନୀୟ ମାଧପୁର ଅଞ୍ଚଳରେ। ସେହିପରି ଗ୍ୟାସ କଣ୍ଟେନରଟି ପୁଲିସ୍ ଗାଡ଼ିକୁ ଧକ୍କା ଦେବାରୁ ଜଣେ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସୁଲୋଚନ ବେହେରା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Accident