Advertisment

ଗ୍ୟାସ ଟାଙ୍କି ଫାଟି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଗଲେ ଦୁଇ ପରିବାର

ଗ୍ୟାସ ଟାଙ୍କି ଜଳୁଥିବା ଦେଖି ପରିବାର ଲୋକେ ଘର ବାହାରକୁ ଚାଲିଆସିବାର କିଛି ସମୟ ମଧ୍ୟରେ ଘରେ ଥିବା ୨ଟି ଗ୍ୟାସ ଟାଙ୍କି ଫାଟିଯାଇଥିଲା।

Gas Cylinder Explosion

Gas Cylinder Explosion

Advertisment

ଗ୍ୟାସ ଟାଙ୍କି ଫାଟି ନଷ୍ଟ ହୋଇଗଲା ଦୁଇ ବଖରା ଆଜବେଷ୍ଟ ଘର। ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଦୁଇ ପରିବାର। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ନାଟରା ଗାଁରେ ଘଟିଛି ଏହି ଅଘଟଣ।

Advertisment

ମିଳିଥିବା ସୂଚନା ଅନୁଯାୟ, ଗାଁର ସମର ଦାସଙ୍କ ପରିବାର ଲୋକେ ସଂଧ୍ୟାରେ ଚା କରୁଥିବାବେଳେ ହଠାତ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ନିଆଁ ଚାରିଆଗକୁ ବ୍ୟାପି ଯାଇଥିଲା। ଗ୍ୟାସ ଟାଙ୍କି ଜଳୁଥିବା ଦେଖି ପରିବାର ଲୋକେ ଘର ବାହାରକୁ ଚାଲିଆସିବାର କିଛି ସମୟ ମଧ୍ୟରେ ଘରେ ଥିବା ୨ଟି ଗ୍ୟାସ ଟାଙ୍କି ଫାଟିଯାଇଥିଲା। ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଏହାପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। 

Kendrapada Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe