Advertisment

ଗ୍ୟାସ୍‌ ଲିକ୍‌: ଜଣେ ମୃତ, ୫ ଗୁରୁତର

ଗୁରୁତର ମାନଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ନର୍ସିଙ୍ଗ ହୋମରେ ଚିକିତ୍ସିତ ହେଉଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
Police

Police

କାର୍ବନ ମନୋକ୍ସସାଇଡ ଗ୍ୟାସ୍‌ ଲିକ୍‌ରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହାତ ହୋଇଛନ୍ତି। ଘଟଣାଟି ଘଟିଛି ଝାରସୁଗୁଡ଼ା ଜିଲ୍ଲା ବୁଢୀପଦର ସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ ଲିମିଟେଡ଼ ରେ। ମୃତକୁ ହେଛନ୍ତି ବରୁଣ ପ୍ରଧାନ। ଗୁରୁତର ମାନଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ନର୍ସିଙ୍ଗ ହୋମରେ ଚିକିତ୍ସିତ ହେଉଛନ୍ତି।

Advertisment

ମୃତ ବରୁଣ ଠିକା ଶ୍ରମିକ ଭାବେ କାମ କରୁଥିଲେ। ତାଙ୍କ ଘର ବ୍ରଜରାଜନଗର ଥାନା ଅନ୍ତର୍ଗତ କେଛୋବାହାଲ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ପରେ କାରଖାନା ପରିସରରେ ଶ୍ରମିକ ମହଲ ରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।

Gas Leak