Advertisment

ଟାଙ୍କିରୁ ଗ୍ୟାସ୍‌ ଲିକ୍‌ ହୋଇ ଘରେ ଲାଗିଗଲା ନିଆଁ; ଶାଶୁ ଓ ବୋହୂ ସହ ୩ ଗୁରୁତର

ଶାଶୁ ଓ ବୋହୂଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

fire

fire

Advertisment

ଟାଙ୍କିରୁ ଗ୍ୟାସ୍‌ ଲିକ୍‌ ହୋଇ ଘରେ ଲାଗିଗଲା ନିଆଁ। ପୋଡ଼ି ହୋଇ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବିରୁହାଁ ଗାଁରେ। ଆହତ ୫ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ହେଲେ କମଳା କାନ୍ତ ସ୍ୱାଇଁ, ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ସ୍ୱାଇଁ ଓ ତାଙ୍କ ମା’ ସରିତା ସ୍ୱାଇଁ`। ଅନ୍ୟ ଦୁଇ ଜଣ ଆହତ ଗ୍ରାମବାସୀ  ବୋଲି ଜଣାଯାଇଛି। 

Advertisment

ଆଜି ମଧ୍ୟାହ୍ନ ସମୟରେ କମଳା କାନ୍ତଙ୍କ ଘରେ ଗ୍ୟାସ ଡେଲିଭରି କର୍ମଚାରୀ ଗ୍ୟାସ ଟାଙ୍କି ଦେଇ ଯାଇଥିଲା। କମଳାକାନ୍ତ ଟାଙ୍କିକୁ ନେଇ ଗ୍ୟାସ ସହ ସଂଯୋଗ କରୁଥିଲେ। ହଠାତ୍ ଗ୍ୟାସ ଲିକ୍‌ ହୋଇଥିଲା। ଏହି ସମୟରେ ଗୀତାଞ୍ଜଳି ଓ ସରିତା ଘରେ ପୂଜା କରୁଥିଲେ। ପୂଜା କଲା ବେଳେ ଦୀପ ଲଗାଇଲା ବେଳେ ନିଆଁ ଲାଗିଯାଇଥିଲା।

ପରେ ଚାରିଆଡୁକୁ ନିଆଁ ବ୍ୟାପି ଯାଇଥିଲା। କମଳାକାନ୍ତଙ୍କ ସହ ତାଙ୍କ ସ୍ତ୍ରୀ ଓ ମା’ ନିଆଁରେ ପୋଡ଼ି ଯାଇଥିଲେ। ସେମାନଙ୍କ ପାଟି ଶୁଣି ଦୁଇ ଜଣ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିବାକୁ ଆସିଥିଲେ। ସେମାନେ ମଧ୍ୟ ନିଆଁରେ ପୋଡ଼ିଯାଥିଲେ। ଶାଶୁ ଓ ବୋହୂଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ନିକସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment
Jajpur Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe