/odisha-reporter/media/post_attachments/uploadimage/library/16_9/16_9_0/Fire_1699068191.jpg)
Fire
ଫାଷ୍ଟଫୁଡ୍ ଦୋକାନରେ ନିଆଁ ଲିଭାଉଥିଲେ ଅଗ୍ନିଶମ କର୍ମଚାରୀ। ହଠାତ୍ ଫାଟିଗଲା ଗ୍ୟାସ ଟାଙ୍କି। ଦୁର୍ଘଟଣାରେ ୪ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ।
Advertisment
ବଲାଶ୍ରମ୍ ନିକଟରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରେ ଗତକାଲି ନିଆଁ ଲାଗିଯାଇଥିଲା। ଏନେଇ ଦୋକାନ ମାଲିକ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୋକାନ ଭିତରେ ପଶି ନିଆଁକୁ ଆୟତ୍ତ କରୁଥିଲେ। ହଠାତ୍ ସେଠାରେ ଥିବା ଗ୍ୟାସ ଟାଙ୍କି ଫାଟି ଯାଇଥିଲା। ନିଆଁକୁ ଆୟତ୍ତ କରୁଥିବା ୪ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିଲେ।
ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୨ ଜଣ ସୁସ୍ଥ ଥିବାବେଳେ ଅନ୍ୟ ଦୁଇ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
