/odisha-reporter/media/post_attachments/uploadimage/library/16_9/16_9_0/Rasmita_1698493758.jpg)
Rasmita
କୁମାର ପୂର୍ଣ୍ଣିମା ଥିବାରୁ ବହୁ ଖୁସି ଥିଲେ ରଶ୍ମୀତା। ଆଉ ତରତର ହୋଇ ଚାନ୍ଦ କରି ବକ୍ସ ସଜାଡ଼ୁଥିଲେ। ହେଲେ ବିଦ୍ୟୁତ ସଂସ୍କର୍ଶରେ ଆସି ଯାଇଥିଲେ ରଶ୍ମୀତା। ଆଉ ତା’ପରେ ଅଫେରା ପଥରେ ଚାଲିଗଲେ। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଞ୍ଚଳରେ ଘଟିଛି।
Advertisment
ଆଜି ହେଉଛି କୁମାର ପୂର୍ଣ୍ଣିମା। ଅପରାହ୍ନ ୨ଟା ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ତରତର ହୋଇ ଫୁଲରେ ଚାନ୍ଦ କରୁଥିଲେ ଘସିପୁରା ଥାନା ଶୈଲଙ୍ଗ ଗାଁ ରଶ୍ମୀତା ଜେନା। ପରେ ସାଉଣ୍ଡ ବକ୍ସ ସାଜୁଥିଲେ। ସେହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଫଳରେ ଗୁରୁତର ଆହତ ହୋଇଥିଲେ। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ୍କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରିପୋର୍ଟ-ଆନନ୍ଦପୁରରୁ ମୁନ୍ନା ସିଂ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
