Advertisment

ସ୍କୁଲ ଛାତରୁ ପଡ଼ି ଛାତ୍ରୀ ଗୁରୁତର, ଏହି ଦୃଶ୍ୟ ଦେଖି ଅଚେତ ହୋଇଗଲେ ୧୧ ଛାତ୍ରଛାତ୍ରୀ

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ଗୁରୁତର ଛାତ୍ରୀ ଜଣଙ୍କୁ ବିଶାଖାପାଟଣା ନିଆଯାଇଛି।

Student

Student

Advertisment

ରାୟଗଡ଼ା ଜିଲ୍ଲା ବାରିଝୋଲା ସ୍ଥିତ ଶ୍ରୀ ଚୈତନ୍ୟ ନାମକ ଘରୋଇ ସ୍କୁଲର ପ୍ରଥମ ମହଲାରୁ ପଡ଼ି ଜଣେ ଛାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଏହି ଦୃଶ୍ୟ ଦେଖି ୧୧ ଜଣ ଛାତ୍ରଛାତ୍ରୀ ଅଚେତ ହୋଇପଡ଼ିଥିଲେ।

Advertisment

ସ୍କୁଲର ପ୍ରଥମ ମହଲାରୁ ପଡ଼ି ଆହତ ହୋଇଥିବା ଛାତ୍ରୀଙ୍କ ନାଁ ଆରାଧନା ମିଶ୍ର। ସେ ଦଶମ ଶ୍ରେଣୀରେ ପଢ଼ନ୍ତି। ତାଙ୍କୁ ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବିଶାଖାପାଟଣା ନିଆଯାଇଛି।

ଅନ୍ୟପକ୍ଷରେ ଏହି ଘଟଣା ପରେ ପରେ ଯେଉଁ ଛାତ୍ରଛାତ୍ରୀମାନେ ଅଚେତ ହୋଇପଡ଼ିଥିଲେ, ସେମାନଙ୍କୁ ମଧ୍ୟ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନେ ଠିକ୍ ଥିବା ଜଣାଯାଇଛି।

Advertisment

ସ୍କୁଲ୍‌ର ଅଧ୍ୟକ୍ଷ ଏମ୍‌ ରଜନୀ କହିଛନ୍ତି, ବାୟୋଲୋଜି କ୍ଲାସ୍ ଚାଲିଥିବା ବେଳେ ଆରାଧନା ହଠାତ୍ ଦୌଡ଼ି ପଳାଇଥିଲେ। ତାଙ୍କୁ ବାନ୍ତି ଲାଗୁଥିବ ଭାବି କ୍ଲାସ୍‌ରେ ଉପସ୍ଥିତ ଶିକ୍ଷୟିତ୍ରୀ ତାଙ୍କୁ ଅଟକାଇ ନଥିଲେ। ତେବେ ସେ ଆରାଧନାଙ୍କ ପଛେ ପଛେ ଯାଇଥିଲେ। ଆରାଧନା ପ୍ରଥମ ମହଲାରୁ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ଅନ୍ୟ ପିଲାମାନେ (ଅଚେତ ହୋଇଥିବା ଛାତ୍ରଛାତ୍ରୀ) ସକାଳେ କିଛି ଖାଇ ନଥିଲେ। ପରେ ଏହି ଦୃଶ୍ୟ ଦେଖି ସେମାନେ ଅଚେତ ହୋଇଯାଇଥିବେ। ସେମାନଙ୍କ ଅବସ୍ଥା ଭଲ ଅଛି ବୋଲି ସେ କହିଛନ୍ତି। 

Accident School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe