Advertisment

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଛାତ୍ରୀଙ୍କ ଜୀବନ

ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Electric shock

Electric shock

Advertisment

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଲଖନା ପଞ୍ଚାୟତ ଶିଙ୍ଗପାଲି ଗ୍ରାମରେ ଏହି ଅଘଟଣ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ନିକିତା ସୁନା।

Advertisment

ନିକିତାଙ୍କ ବାପାମା’ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ନିକିତା ନିଜ କାକାଙ୍କ ପାଖରେ ରହୁଥିଲେ। ଗତକାଲି ନିକିତା ଘରେ ରୋଷେଇ କରୁଥିବା ବେଳେ ଓଦା ହାତରେ ବିଦ୍ୟୁତ ତାରକୁ ଧରି ନେଇଥିଲେ। କାକା ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ନିକିତାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Electric Shock Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe