Advertisment

ଲୁଣା ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ଛାତ୍ରୀ

ଆଜି ସକାଳେ ଅଭିଲିପ୍ସା ଓ ତାଙ୍କ ସାଙ୍ଗ ଲୁଣା ନଦୀକୁ ଗାଧୋଇବାକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Drown

Drown

Advertisment

ଲୁଣା ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୨ ଛାତ୍ରୀ। ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାର ଲୁଣା ନଦୀରେ ଏହି ଅଘଟଣ ଘଟିଛି।

Advertisment

ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି। ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ମିଳିତ ଭାବେ ନଦୀରେ ଖୋଜାଖୋଜି ଚଳାଇଛନ୍ତି। ନିଖୋଜ ଛାତ୍ରୀ ଜଣକ ହେଲେ ଅଭିଲିପ୍ସା ବେହେରା । ଅଭିଲିପ୍ସା ଓ ତାଙ୍କ ସାଙ୍ଗ ନବମ ଶ୍ରେଣୀରେ ପଢ଼ୁଥିଲେ। 

ଆଜି ସକାଳେ ଅଭିଲିପ୍ସା ଓ ତାଙ୍କ ସାଙ୍ଗ ଲୁଣା ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସିଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ। ନଦୀ ନିକଟରେ ଉପସ୍ଥିତ ଥିବା ଗ୍ରାମବାସୀ ଭାସିଯାଉଥିବା ଦେଖି ଜଣେ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। ହେଲେ ଅଭିଲିପ୍ସାଙ୍କର ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ନିଖୋଜ ଛାତ୍ରୀଙ୍କୁ ମିଳିତ ଭାବେ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି।

Advertisment
Kendrapada Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe