Advertisment

ଛେଳି ଚରାଇବାକୁ ଯାଇଥିଲେ, ବଜ୍ରାଘାତ ନେଲା ଜୀବନ

ସ୍ଥାନୀୟ ଲୋକ ଜିତୁଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

undefined

Lightning

Advertisment

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପଟିଗୁଡ଼ା ରେ ବଜ୍ରାଘାତ ରେ ଜଣେ ମୃତ୍ୟୁ। ମୃତକଙ୍କ ନାଁ ହେଉଛି ଜିତୁ ଗୌଡ଼ (୧୬)।

Advertisment

ସୂଚନା ଅନୁସାରେ ପଟିଗୁଡ଼ା ଗାଁର ପଞ୍ଚା ଗୌଡ଼ଙ୍କ ପୁଅ ଜିତୁ ବିଲରୁ ଛେଲିକୁ ଚରାଇ ଘରକୁ ଆଣୁଥିଲେ। ରାସ୍ତାରେ ଆସୁଥିବା ବେଳେ ବହୁ ଜୋରରେ ବର୍ଷ ଆରମ୍ଭ ହେଲା। ଜିତୁ ଶିଘ୍ର ଆସିବା ପାଇଁ ଛେଳିଙ୍କୁ ଗୋଡ଼ାଇ ଆଣୁ ଥାନ୍ତି। ସେଇ ସମୟରେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା। ସଙ୍ଗେ ସଙ୍ଗେ ଜିତୁ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ଜିତୁଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଛି। ଗଞ୍ଜାମ ସମେତ ଭୁବନେଶ୍ୱର, ନୟାଗଡ଼, ଭଞ୍ଜନଗର, ପୁରୀ ଓ ରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଛି। ନୟାଗଡ଼ରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ମାଡ଼ ଓ ବର୍ଷା ହୋଇଛି। ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳ ଓ ପୁରୀ ଜିଲ୍ଲାରେ ବୈଶାଖୀ ଜନିତ ବର୍ଷା ହୋଇଛି।

Advertisment
Lightning Death Lightning Strikes Lightning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe