Advertisment

ପାହାଡ଼ରୁ ଖସିଲା ବଡ଼ ପଥର, ମାଲ୍‌ବାହୀ ଟ୍ରେନ୍ ଇଞ୍ଜିନ ଲାଇନ୍‌ଚ୍ୟୁତ

ପଥର ଖଣ୍ଡଟି ଟ୍ରେନ୍‌ ଇଞ୍ଜିନରେ ପିଟି ହେବାରୁ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଯାଇଛି।

author-image
Niharika Rout
Train

Train

ପାହାଡ଼ରୁ ଖସିଲା ବଡ଼ ପଥର ଖଣ୍ଡ । ଆଉ ସେହି ପଥର ଖଣ୍ଡ ଏକ ମାଲ୍‌ବାହୀ ଟ୍ରେନ୍ ଇଞ୍ଜିନ ଉପରେ ଖସି ପଡ଼ିଲା। ଫଳରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଯାଇଛି। ଏପରି ଏକ ଅଘଟଣ ଆଜି ସକାଳେ ଅନୁଗୁଳ ଜିଲ୍ଲା ବଇଣ୍ଡା ଠାରୁ ଗୋଟିଏ କିମି ଦୂର ଶରଧାମୁଣ୍ଡା ନିକଟରେ ଘଟିଛି ।

Advertisment

ଆଜି ସକାଳେ ଏକ ମାଲବାହୀ ଟ୍ରେନ୍‌ ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଶରଧାମୁଣ୍ଡା ନିକଟରେ ହଠାତ୍‌ ପାହାଡରୁ ଏକ ବିରାଟ ପଥର ଖଣ୍ଡ ଖସିଲା। ପଥର ଖଣ୍ଡଟି ଟ୍ରେନ୍‌ ଇଞ୍ଜିନରେ ପିଟି ହେବାରୁ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଯାଇଛି। ତେବେ ଟ୍ରେନ୍‌ରେ ଥିବା ରେଳ କର୍ମଚାରୀ ସୁରକ୍ଷିତ ଥିବା ଜଣାଯାଇଛି।

ଖବର ପାଇ ବରିଷ୍ଠ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ଲଗାଣ ବର୍ଷା ଯୋଗୁ ପଥର ଖଣ୍ଡକୁ ହଟାଇ ଇଞ୍ଜିନକୁ ଟ୍ରାକ୍‌କୁ ଆଣିବା କଷ୍ଟକର ହୋଇ ପଡ଼ୁଛି। ଏଥିନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ବେଳେ ଖୁବ୍‌ ଚଳାଚଳ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହେବ ବୋଲି ବରିଷ୍ଠ ଅଧିକାରୀ ଆଶା ରଖିଛନ୍ତି।

Advertisment

ଅନୁଗୁଳ ଜିଲ୍ଲାରେ ଗତକାଲିଠୁ ଲଗାଣ ବର୍ଷା ଜାରି ରହିଛି। କେଉଁଠି ପୋଲ ଭାସି ଯାଇଛ ତ କେଉଁଠି ପୋଲ ଉପରେ ପାଣି ପ୍ରବାହିତ ହେଉଛନ୍ତି। କେନ୍ଦୁଝର ଜୁଡ଼ିଆ ଘାଟିରେ ଭୁସ୍ଖଳନ ଘଟି ଆଜି ସକାଳୁ ଏକ ପାହାଡ଼ରୁ ପଥର ଖସି ଏକ ମିନି ଟ୍ରକ୍‌ ଉପରେ ପଡ଼ିଥିବା ବେଳେ ଅନୁଗୁଳ ଜିଲ୍ଲାରେ ବି ଘଟିଛି ସମାନ ଘଟଣା।

Odisha Heavy Rain