Advertisment

ରେଳ ଧାରଣା ପାର ହେଉଥିବା ବେଳେ ଟ୍ରାକ୍ଟରକୁ ପିଟିଲା ଟ୍ରେନ୍‌

ଦାନଗଦୀ ବ୍ଲକ୍‌ ଗୋଡିଗୋଠ ଡଙ୍କାଗାଡିଆ ନିକଟରେ ଜଣେ ଯୁବକ ନିଜର ଟ୍ରାକ୍ଟର ଧରି ଫାଟକ ବିହୀନ ରେଳ ଟ୍ରାକ ଅତିକ୍ରମ କରୁଥିଲେ। ଠିକ୍‌ ସେହି ସମୟରେ ସୁକିନ୍ଦା ରୋଡ୍‌ରୁ କେନ୍ଦୁଝର ଅଭିମୁଖେ ଆସିଥିଲା ମାଲବାହୀ ଟ୍ରେନ୍‌

author-image
Manoranjan Sial
Tractor

Tractor

ଫାଟକ ବିହୀନ ରେଳ ଧାରଣା ପାର ହେଉଥିବା ବେଳେ ଟ୍ରାକ୍ଟରକୁ ପିଟିଲା ମାଲବାହୀ ଟ୍ରେନ୍‌। ସୌଭାଗ୍ୟକୁ ଡ୍ରାଇଭର ଜୀବନ ବଞ୍ଚି ଯାଇଥିଲେ ସୁଦ୍ଧା ଟ୍ରାକ୍ଟରଟି ଚୁରମାର ହୋଇ ଯାଇଛି। ଆଜି ସକାଳେ ସୁକିନ୍ଦା-କେନ୍ଦୁଝର ରେଳ ଲାଇନ୍‌ର ଏପରି ଭୟଙ୍କର ଦୁର୍ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।

Advertisment

ଦାନଗଦୀ ବ୍ଲକ୍‌ ଗୋଡିଗୋଠ ଡଙ୍କାଗାଡିଆ ନିକଟରେ ଜଣେ ଯୁବକ ନିଜର ଟ୍ରାକ୍ଟର ଧରି ଫାଟକ ବିହୀନ ରେଳ ଟ୍ରାକ ଅତିକ୍ରମ କରୁଥିଲେ। ଠିକ୍‌ ସେହି ସମୟରେ ସୁକିନ୍ଦା ରୋଡ୍‌ରୁ କେନ୍ଦୁଝର ଅଭିମୁଖେ ଆସିଥିଲା ମାଲବାହୀ ଟ୍ରେନ୍‌। ଚାଳକ ଟ୍ରେନ୍‌କୁ ଦେଖି ଟ୍ରାକ୍‌ରେ ଟ୍ରାକ୍ଟର ଛାଡ଼ି ଜୀବନ ବିକଳରେ ଡେଇଁପଡ଼ିଥିଲା। ଟ୍ରେନ୍‌ଟି ଟ୍ରାକ୍ଟରକୁ ଧକ୍କା ଦେଇ ପଳାଇ ଯାଇଥିଲା। ସୌଭାଗ୍ୟକୁ ଡ୍ରାଇଭର ଜୀବନ ବଞ୍ଚି ଯାଇଥିଲେ ସୁଦ୍ଧା ଟ୍ରାକ୍ଟରଟି ଭାଙ୍ଗିରୁଜି ଯାଇଛି।

ରେଳବାଇ ପୁଲିସ୍‌ ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ଟ୍ରାକ୍ ପାର୍ଶ୍ୱରେ ଟ୍ରାକ୍ଟରଟି ପଡ଼ିଥିବା ବେଳେ ଡ୍ରାଇଭରଙ୍କ ପତ୍ତା ମିଳୁନି। ସେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି।

Advertisment

ରିପୋର୍ଟ-ଯାଜପୁରରୁ ଜନ୍ମେଜୟ ଦାଶ

Jajpur Train Accident