/odisha-reporter/media/post_attachments/uploadimage/library/16_9/16_9_0/IMAGE_1723524342.jpg)
Death Person
ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଗୋପାଳ ସାହୁଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ଜଣାଯାଇଛି।
Advertisment
୨୩ ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ଗୋପାଳ। ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମର ସେ ବାସିନ୍ଦା ଥିଲେ। ଝାରସୁଗୁଡ଼ାରେ ରହୁଥିବା ସାନପୁଅଙ୍କ ଘରେ ଗୋପାଳ ରହୁଥିଲେ। ଗତକାଲି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଝାରସୁଗୁଡ଼ାରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
