Advertisment

କାନ୍ଥ ପଡ଼ି ଜେଜେ ମା’ ମୃତ; ଶିଶୁକନ୍ୟା ଗୁରୁତର

କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଘରର ମାଟି କାନ୍ଥ ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
DeadBody

DeadBody

Advertisment

କାନ୍ଥ ପଡ଼ିଯିବାରୁ ଜେଜେ ମା’ର ମୃତ୍ୟୁ ଘଟିଥିବା ବେଳେ ୨ବର୍ଷର ଶିଶୁକନ୍ୟା ଗୁରୁତର ଆହତ ହୋଇଛି। ସୋନପୁର ଜିଲ୍ଲା ଲଚ୍ଛିପୁର ଥାନା ଅନ୍ତର୍ଗତ ସଉରାପାଲି ଗାଁରେ ଏହି ଅଘଟଣ ଘଟିଛି। ବର୍ଷା ଯୋଗୁ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି।

Advertisment

ଗତକାଲି ରାତିରେ ଜେଜେ ମା’ ଓ ନାତୁଣି ଘରେ ଶୋଇଥିଲେ। ଏହି ସମୟରେ ହଠାତ୍ ଘରର ଏକ କାନ୍ଥ ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ଜେଜେ ମା’ଜୀବନ ଚାଲି ଯାଇଥିଲା। ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ଛୋଟ ଛୁଆଟିକୁ ଉଦ୍ଧାର କରି ଭୀମଭୋଇ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ।

ସୂଚନାଯୋଗ୍ୟ, କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଘରର ମାଟି କାନ୍ଥ ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।

Advertisment
Sonepur Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe