Advertisment

ପୁତୁରାକୁ ଉଦ୍ଧାର କରିବାକୁ ଯାଇ ଦାଦା କୂଅରେ ଗଳିପଡ଼ିଲା

ପୁତୁରାକୁ ଉଦ୍ଧାର କରିବାକୁ ଯାଇଥିଲେ ଦାଦା। ହେଲେ କୂଅରେ ପଡ଼ି ଦାଦା ଦୁଲାଙ୍କର ମୃତ୍ୟୁ ହୋଇଛି।

author-image
Biswajit Samal
Police

Police

କୂଅରେ ପଡ଼ି ଦାଦା ପୁତୁରା ମୃତ। ମୃତକ ଦ୍ୱୟ ହେଲେ ପୁତୁରା ନିଖିଲ ନାୟକ (୧୮) ଓ ଦାଦା ଦୁଲା ନାୟକ (୫୦)। ଘଟଣାଟି ହେଉଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଡ଼ା ଧର୍ମ ସାଗର ଅଞ୍ଚଳରେ।

Advertisment

ଘର ନିକଟସ୍ଥ କୂଅରେ ପ୍ରଥମେ ପୁତୁରା ନିଖିଲ କୂଅରେ ପଡ଼ି ଯାଇଥିଲେ। ପୁତୁରାକୁ ଉଦ୍ଧାର କରିବାକୁ ଯାଇଥିଲେ ଦାଦା ଦୁଲା। ହେଲେ କୂଅରେ ପଡ଼ି ଦାଦା ଦୁଲାଙ୍କର ମୃତ୍ୟୁ ହୋଇଛି। ଗୋଟିଏ କୂଅରେ ଦାଦା ଓ ପୁତୁରା ପଡ଼ିଯିବାରୁ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଦାଦା ଓ ପୁତୁରାକୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ଉଦ୍ଧାର ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଦାଦା ଓ ପୁତୁରାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Deadbody