Advertisment

ନାତୁଣୀର ମୃତ୍ୟୁ ଖବର ଶୁଣି ଜେଜେ ବାପାଙ୍କ ମୃତ୍ୟୁ

ନାତୁଣୀ ଅଙ୍କିତାଙ୍କ ମୃତ୍ୟୁ ଖବର ପାଇବା ବେଳେ ତାଙ୍କ ଜେଜେ ବାବାଜୀ ପରମାଣିକ ଘର ପିଣ୍ଡାରେ ବସିଥିଲେ। ନାତୁଣୀର ମୃତ୍ୟୁ ଖବର ପାଉ ପାଉ ସେ ଟଳି ପଡ଼ିଥିଲେ।

ଅଦ୍ୟତନ ହୋଇଛି
Grand Daughter and Grand Father

Grand Daughter and Grand Father

Advertisment

ନାତୁଣୀର ମୃତ୍ୟୁ ଖବର ପାଇବା ପରେ ଜେଜେ ବାପାଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗୋବଣ୍ଡିଆ ଗାଁରେ। ମୃତକମାନେ ହେଉଛନ୍ତି, ବାବାଜୀ ପରମାଣିକ (୭୨) ଓ ଅଙ୍କିତା ପ୍ରିୟଦର୍ଶିନୀ ପରମାଣିକ (୧୫)। ଗୋଟିଏ ଜୁଇରେ ସେମାନଙ୍କ ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଛି।

Advertisment

ଗୋବଣ୍ଡିଆ ଗାଁର ଦେବେନ୍ଦ୍ର କୁମାର ପରମାଣିକଙ୍କ ଝିଅ ଅଙ୍କିତାଙ୍କୁ ଗତ ଗୁରୁବାର ରାତିରେ ସାପ କାମୁଡ଼ି ଦେଇଥିଲା। ସେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ ସାପ କାମୁଡ଼ିଥିଲା। କିନ୍ତୁ କେହି ଜାଣିପାରି ନଥିଲେ। ତେବେ ଶୁକ୍ରବାର ଭୋର ସମୟରେ ତାଙ୍କ ପାଟିରୁ ଫେଣ ବାହାରିଥିଲା। ତେଣୁ ସଙ୍ଗେ ସଙ୍ଗେ ତାଙ୍କୁ ପରିବାର ଲୋକେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କଟକରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ନାତୁଣୀ ଅଙ୍କିତାଙ୍କ ମୃତ୍ୟୁ ଖବର ପାଇବା ବେଳେ ତାଙ୍କ ଜେଜେ ବାବାଜୀ ପରମାଣିକ ଘର ପିଣ୍ଡାରେ ବସିଥିଲେ। ନାତୁଣୀର ମୃତ୍ୟୁ ଖବର ପାଉ ପାଉ ସେ ଟଳି ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe