Advertisment

ଚଳନ୍ତା ହାଇୱାରେ ଲାଗିଲା ନିଆଁ

ନିଆଁ ଲିଭାଯିବା ବେଳକୁ ହାଇୱାଟିର ବ୍ୟାପକ କ୍ଷତି ଘଟି ସାରିଥିଲା।

author-image
Jitendra Garnayak
Haiwa

Haiwa

କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଇଚ୍ଛାପୁର ନିକଟରେ ଘଟିଛି ଅଘଟଣ। ଜଳି ଯାଇଛି ଏକ ହାଇୱା। ତେବେ ଏଥିରେ ଥିବା ଡ୍ରାଇଭର ଓ ହେଲପର ସୁରକ୍ଷିତ ଅଛନ୍ତି।

Advertisment

ହାଇୱାଟିରେ ଚଳନ୍ତା ଅବସ୍ଥାରେ ନିଆଁ ଲାଗିଯାଇଥିଲା। ଡ୍ରାଇଭର ଓ ହେଲପର ନିଆଁ ଲାଗିଥିବା ଜାଣିବା ପରେ ହାଇୱାଟିକୁ ରାସ୍ତାକଡ଼ରେ ଛିଡ଼ା କରି ଓହ୍ଲାଇ ଯାଇଥିଲେ। ଦେଖୁ ଦେଖୁ ପୂରା ଗାଡ଼ିଟିକୁ ନିଜ ଆଁ ମଧ୍ୟକୁ ନେଇ ଯାଇଥିଲା ନିଆଁ। ହୁତୁହୁତୁ ହୋଇ ନିଆଁ ଜଳିଥିଲା ଓ କଳାଧୂଆଁ ବାହାରିଥିଲା।

ନିଆଁର ତୀବ୍ରତା ଦେଖି ସେହି ରାସ୍ତା ଦେଇ ଯା’ଆସ କରୁଥିବା ଲୋକେ ଡରି ଯାଇଥିଲେ। ସେମାନେ ଜଳନ୍ତା ହାଇୱାକୁ ଅତିକ୍ରମ କରି ଯିବାକୁ ସାହାସ କରି ନଥିଲେ।

Advertisment

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ନିଆଁ ଲିଭାଇ ଥିଲେ। ସେତେବେଳକୁ ଗାଡ଼ିଟିର ବ୍ୟାପକ କ୍ଷତି ଘଟି ସାରିଥିଲା। ତେବେ କେଉଁ କାରଣରୁ ହାଇୱାଟିରେ ନିଆଁ ଲାଗିଲା, ତାହା ଅସ୍ପଷ୍ଟ ରହିଛି।

Fire Accident Fire Mishap