Advertisment

ହାଇୱା ଡ୍ରାଇଭରଙ୍କ ଆଖି ଲାଗିଗଲା, ଆଉ ତା’ପରେ...

ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭରକୁ ଲୋକେ ଅଟକ ରଖିଥିଲେ। ଡ୍ରାଇଭରଙ୍କ କହିବା କଥା ଧାମରାରୁ କୋଇଡ଼ା ଅଭିମୁଖେ ଯାଉଥିବା ବେଳେ ତାଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିଲା।

ଅଦ୍ୟତନ ହୋଇଛି
Bus And Truck

Bus And Truck

Advertisment

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ବାସୁଦେବପୁର ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥରେ ଏକ ବସ୍‌କୁ ହାଇୱାଟିଏ ପଛରୁ ଧକ୍କା ଦେବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

Advertisment

‘ସମ୍ପର୍କ‘ ନାମକ ଏହି ଘରୋଇ ବସ୍‌ଟି ଢେଙ୍କାନାଳରୁ ଟେନସା ଅଭିମୁଖେ ଯାଉଥିବା ବେଳେ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ବାସୁଦେବପୁର ମେଡିକାଲ ଛକରେ ଦୁର୍ଘଟଣା ଘଟିଥିଲା। ବସ୍‌ଟି ରାସ୍ତା କଡ଼ରେ ଛିଡ଼ା ହୋଇ ଯାତ୍ରୀଙ୍କୁ ଉଠାଉଥିବା ସମୟରେ ହାଇୱାଟି ଦ୍ରୁତ ଗତିରେ ଆସି ପଛ ପଟୁ ଧକ୍କା ଦେଇଥିଲା। ଫଳରେ ବସ୍‌ରେ ବସିଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭରକୁ ଲୋକେ ଅଟକ ରଖିଥିଲେ। ଡ୍ରାଇଭରଙ୍କ କହିବା କଥା ଧାମରାରୁ କୋଇଡ଼ା ଅଭିମୁଖେ ଯାଉଥିବା ବେଳେ ତାଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିଲା। ଚମ୍ପୁଆ ପୁଲିସ ଘଟଣାର ତଦନ୍ତ କରୁଛି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe