Advertisment

ଜଳିଗଲା ୪୦ କୁଇଣ୍ଟାଲ ଧାନ

ଗତକାଲି ବିଳମ୍ବିତ ରାତିରେ ଧାନ ଖଳରେ ନିଆଁ ଲଗିଯାଇଥିଲା

author-image
Tapaswini Nayak
Fire

Fire

ନିଆଁଲାଗି ଜଳିଗଲା ୪୦ କୁଇଣ୍ଟାଲ ଧାନ। ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ କ୍ଷେତି ଗାଁର ଏହି ଘଟଣା ଘଟିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Advertisment

କ୍ଷେତି  ଗାଁର ଜମ୍ବେଶ୍ୱର ପ୍ରଧାନ ନିଜ ଧାନ ଅମଳ ପରେ ଖଳାରେ ରଖିଥିଲେ। ଗତକାଲି ବିଳମ୍ବିତ ରାତିରେ ଧାନ ଖଳରେ ନିଆଁ ଲଗିଯାଇଥିଲା। ଜମ୍ବେଶ୍ୱର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।  ଅଗ୍ନିଶମ ବାହିନୀ  ପହଞ୍ଚି ନିଆଁ ନିଭାଇବା ବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। 

ତେବେ ଧାନ ଗଦାରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ। ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡି ଘଟିଥିବା ସନ୍ଦେହ କରାଯାଉଛି।  ୪୦ କୁଇଣ୍ଟାଲ ଧାନ ନିଆଁ ଲାଗି ଜଳିଯିବା ପରେ ଭାଙ୍ଗି ପଡ଼ିଛନ୍ତି ଚାଷୀ ଜମ୍ବେଶ୍ୱର।

Advertisment
Fire Breakout