Advertisment

ପ୍ରଧାନଶିକ୍ଷୟିତ୍ରୀ ଡ୍ରେସ୍‌ ବାଣ୍ଟୁଥିଲେ, ଖସି ପଡ଼ିଲା ପଙ୍ଖା

ପ୍ରଧାନଶିକ୍ଷୟିତ୍ରୀ ନମିତା ରାୟଙ୍କ ପିଲାମାନଙ୍କୁ ପୋଷାକ ବାଣ୍ଟୁଥିଲେ। ଠିକ୍‌ ସେତିକି ବେଳେ ଛାତରୁ ପଙ୍ଖା ଖସି ପଡ଼ିଥିଲା। ପଙ୍ଖାର ଡେଣା ପ୍ରଧାନଶିକ୍ଷୟିତ୍ରୀଙ୍କ ମୁଣ୍ଡର ବାମ ପାର୍ଶ୍ୱରେ ବାଜିଥିଲା।

author-image
Manoranjan Sial
Nabarangapur

Nabarangapur

ଶ୍ରେଣୀ ଗୃହରେ ଡ୍ରେସ୍‌ ବାଣ୍ଟୁଥିଲେ ପ୍ରଧାନଶିକ୍ଷୟିତ୍ରୀ। ହଠାତ୍‌ ଛାତରୁ ଖସିପଡ଼ିଲା ପଙ୍ଖା। ଯାହାଫଳରେ ଆହତ ହୋଇଛନ୍ତି ପ୍ରଧାନଶିକ୍ଷୟିତ୍ରୀ। ସୌଭାଗ୍ୟକୁ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି। ଆଜି ଏପରି ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଘଟିଛି।

Advertisment

ଉମରକୋଟ ବ୍ଲକ୍‌ କରଣ୍ଡିଆଗୁଡା ଗାଁର ପ୍ରାଥମିକ ବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଉଥିଲା। ପ୍ରଧାନଶିକ୍ଷୟିତ୍ରୀ ନମିତା ରାୟଙ୍କ ପିଲାମାନଙ୍କୁ ପୋଷାକ ବାଣ୍ଟୁଥିଲେ। ଠିକ୍‌ ସେତିକି ବେଳେ ଛାତରୁ ପଙ୍ଖା ଖସି ପଡ଼ିଥିଲା। ପଙ୍ଖାର ଡେଣା ପ୍ରଧାନଶିକ୍ଷୟିତ୍ରୀଙ୍କ ମୁଣ୍ଡର ବାମ ପାର୍ଶ୍ୱରେ ବାଜିଥିଲା। ଯେଉଁଥିପାଇଁ ସେ ତଳେ ପଡ଼ି ଯାଇଥିଲେ। ସେ ଆହାତ ହୋଇଥିଲେ। ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସୌଭାଗ୍ୟକୁ କୌଣସି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି।

ଅଭିଯୋଗରୁ ପ୍ରକାଶ, ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଶ୍ରେଣୀଗୃହରେ ପିଲାମାନେ ବସି ପାଠ ପଢ଼ୁଛନ୍ତି। ବର୍ଷା ଋତୁରେ ଶ୍ରେଣୀ ଗୃହ ଛାତରୁ ପାଣି ଗଳୁଥିବା ବେଳେ କଂକ୍ରିଟ୍‌ ଖଣ୍ଡ ଖସୁଛି। ଶ୍ରେଣୀ ଗୃହ କାନ୍ଥରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ପ୍ରତିକ୍ଷଣେ ଜୀବନ ପ୍ରତି ବିପଦ ରହିଛି। ତଥାପି ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶ୍ରେଣୀ ଗୃହରେ ବସି ପାଠ ପଢ଼ୁଛନ୍ତି।

Advertisment

ଅଭିଭାବକଙ୍କ ବାରମ୍ୱାର ଅନୁରୋଧ ପରେ ଦୁଇଟି ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରଶାସନ ଅର୍ଥ ମଞ୍ଜୁର କରିଥିଲା। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ସରୁନାହିଁ। ଅଧ ପନ୍ତରିଆ ଅବସ୍ଥାରେ ପଡ଼ିଛି ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ। ଅନ୍ୟପଟେ ଜରି ପାଲ ଘେରାରେ ଚାଲିଛି ମଧ୍ୟାହ୍ନ ଭୋଜନ ରୋଷେଇ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ରିପୋର୍ଟ- ଉମରକୋଟରୁ ସନ୍ତୋଷ ଶତପଥୀ

School Nabarangpur