Advertisment

ଭୟଙ୍କର ଭାବେ ମୁହାଁମୁହିଁ ଧକ୍କା ହେଲା ଦୁଇ କାର୍‌, ୩ ମୃତ

ଉଭୟ କାର୍‌ରେ ମୋଟ ୧୧ ଜଣ ଯାତ୍ରୀ ଥିଲେ।

 Car Accident

Car Accident

Advertisment

ସାମ୍ନାକୁ ଆସିଲା ଭୟଙ୍କର ଦୁର୍ଘଟଣାର ଦୃଶ୍ୟ। ମୁହାଁମୁହିଁ ଧକ୍କା ହେଲେ ଦୁଇ କାର୍‌। ଜାତୀୟ ରାଜପଥ ଉପରେ ନିୟନ୍ତ୍ରଣ ହରାଇ ପରସ୍ପର ସହ କାର୍‌ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ଧ୍ରପ୍ରଦେଶରର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଘଟିଛି ଏଭଳି କିଛି ଭୟଙ୍କର ସଡକ ଦୁର୍ଘଟଣା। ଏହି ପୂରା ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Advertisment

ସୂଚନା ମୁତାବକ, ମଙ୍ଗଳବାର ଗୋଦାବରୀ ଜିଲ୍ଲାର ଦେବରାପଲ୍ଲୀ ମଣ୍ଡଳରେ ଅପରାହ୍ନ ସମୟରେ ଏକ କାର୍‌ ନିୟନ୍ତ୍ରଣ ହରାଇ ଅନ୍ୟ ଏକ ଲେନ୍‌ ପସି ଯାଇଥିଲା। ଏହି ସମୟରେ ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ କାର୍‌ ସହ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ଉଭୟ କାର୍‌ର ଛିନ୍‌ଛତ୍ର ହୋଇଯାଇଛି। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକେ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ କହିବା ମୁତାବକ, ଗତକାଲି ଅପରାହ୍ଣ ୨ଟାରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଦୁଇ କାର୍‌ରେ ୧୧ ଜଣ ଥିଲେ। ପ୍ରଥମ କାର୍‌ଟିରେ ୭ ଓ ଦ୍ୱିତୀୟଟିରେ ୪ ଜଣ ଥିଲେ। ଦୁର୍ଘଟଣାକୁ ନେଇ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଥିବା କହିଛି ପୁଲିସ।

Advertisment
Accident Andhra Pradesh Car Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe