Advertisment

ବସ୍‌-ପିକ୍‌ଅପ୍ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା

ବୁଲାଣି ରାସ୍ତାରେ ଦୁଇ ଗାଡ଼ି ମଧ୍ୟରେ ହୋଇଗଲା ଧକ୍କା।

Accident

Accident

Advertisment

କନ୍ଧମାଳ ଜିଲ୍ଲା ସଦର ଥାନା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ଓ ପିକ୍‌ଅପ୍ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବସ୍‌ର ଡ୍ରାଇଭର, ହେଲପର ଓ ପିକ୍‌ଅପ୍‌ ଭ୍ୟାନର ଡ୍ରାଇଭରଙ୍କ ସହିତ କିଛି ଯାତ୍ରୀ ଆହତ ହୋଇଛନ୍ତି।

Advertisment

ଆହତଙ୍କ ମଧ୍ୟରୁ ୪ ଜଣ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ତା’ପରେ ସେମାନେ ସେମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ର କରିଥିଲେ।

ବସ୍‌ଟି ଦାରିଙ୍ଗବାଡ଼ିରୁ ଫୁଲବାଣୀ ଅଭିମୁଖେ ଆସୁଥିବା ବେଳେ ପିକଅପ ଭ୍ୟାନଟି ବାଲିଗୁଡ଼ା ଅଭିମୁଖେ ଯାଉଥିଲା। ଉଭୟ ଗାଡ଼ି ସଦର ଥାନା ଶାଳବଣ ନିକଟ ବୁଲାଣି ରାସ୍ତାରେ ମୁହାଁମୁହିଁ ହୋଇ ଧକ୍କା ହୋଇଥିଲେ। ଦୁର୍ଘଟଣାରେ ଉଭୟ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗିଯାଇଛି। ସଦର ଥାନା ପୁଲିସ ଉଭୟ ଗାଡ଼ିକୁ ଜବତ କରିଛି।

Advertisment

ଏ ଦୁର୍ଘଟଣା କେମିତି ଘଟିଲା, ତାହା ସ୍ପଷ୍ଟ ହୋଇନି। କାହାର ଭୁଲ ଯୋଗୁ ଦୁର୍ଘଟଣା ଘଟିଲା, ସେ ନେଇ ତଦନ୍ତ କରୁଛି ପୁଲିସ।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe