/odisha-reporter/media/post_attachments/uploadimage/library/16_9/16_9_0/Accident_1707618804.jpg)
Accident
ଭଦ୍ରକର ଆରଡି ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ହାଇୱା ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।
Advertisment
ଆହତଙ୍କ ମଧ୍ୟରୁ ୬ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ୪ ଜଣଙ୍କୁ ଭଦ୍ରକ ଡାକ୍ତରଖାନାରେ ରଖାଯାଇଛି। ଆହତଙ୍କ ମଧ୍ୟରେ ୨ ଜଣ ମହିଳା ଓ ୫ ଜଣ ଶିଶୁ ଅଛନ୍ତି।
ଏମାନେ ସମସ୍ତେ ବୋଲେରୋରେ ପୁରୀରୁ ବାଲେଶ୍ୱର ଜିଲ୍ଲାର ଗୋପାଳପୁରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଆରଡ଼ି ଛକ ନିକଟରେ ସାମ୍ନାରୁ ଆସୁଥିବା ଏକ ହାଇୱା ସହିତ ବୋଲେରୋଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ହାଇୱାଟି ଫେରାର ହୋଇଯାଇଥିଲା।
Advertisment
ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ବୋଲେରୋଟିକୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
