Advertisment

ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା

ବୋଲେରୋଟି ପୁରୀରୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଘଟିଥିଲା ଏହି ଦୁର୍ଘଟଣା।

Accident

Accident

Advertisment

ଭଦ୍ରକର ଆରଡି ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ହାଇୱା ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।

Advertisment

ଆହତଙ୍କ ମଧ୍ୟରୁ ୬ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ୪ ଜଣଙ୍କୁ ଭଦ୍ରକ ଡାକ୍ତରଖାନାରେ ରଖାଯାଇଛି। ଆହତଙ୍କ ମଧ୍ୟରେ ୨ ଜଣ ମହିଳା ଓ ୫ ଜଣ ଶିଶୁ ଅଛନ୍ତି।

ଏମାନେ ସମସ୍ତେ ବୋଲେରୋରେ ପୁରୀରୁ ବାଲେଶ୍ୱର ଜିଲ୍ଲାର ଗୋପାଳପୁରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଆରଡ଼ି ଛକ ନିକଟରେ ସାମ୍ନାରୁ ଆସୁଥିବା ଏକ ହାଇୱା ସହିତ ବୋଲେରୋଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ହାଇୱାଟି ଫେରାର ହୋଇଯାଇଥିଲା।

Advertisment

ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ବୋଲେରୋଟିକୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe