Advertisment

ଭାଷଣ ଦେଉ ଦେଉ ଟଳି ପଡ଼ିଲେ ପ୍ରଧାନଶିକ୍ଷକ, ଡାକ୍ତର କହିଲେ...

ଶିଶୁ ଦିବସରେ ଯେଉଁ ସ୍କୁଲ ହସଖୁସିରେ ଫାଟି ପଡ଼ୁଥିଲା, ସେଠି ଏବେ ନୀରବତା ଛାଇ ଯାଇଛି।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

ଶିଶୁ ଦିବସ ଅବସରରେ ଭାଷଣ ଦେଉଥିବା ବେଳେ ଟଳି ପଡ଼ିଲେ ପ୍ରଧାନଶିକ୍ଷକ। ଏପରି ଏକ ଦୁଃଖଦ ଘଟଣା ଆଜି ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲରେ ଘଟିଛି। ମୃତ ପ୍ରଧାନଶିକ୍ଷକ ପର୍ଶୁରାମ ଦାସଙ୍କ ଘର କଟକ ଜିଲ୍ଲାରେ।

Advertisment

ଶିଶୁ ଦିବସ ଅବସରରେ ପଲ୍ଲୀବିକାଶ ପଞ୍ଚାୟତ ହାଇସ୍କୁଲରେ ଆୟୋଜିତ ସଭାରେ ଭାଷଣ ଦେଉଥିଲେ ପ୍ରଧାନଶିକ୍ଷକ ପର୍ଶୁରାମ ଦାସ। ମାତ୍ର ଭାଷଣ ଦେଉଥିବା ବେଳେ ହଠାତ୍‌ ସେ ତଳେ ପଡ଼ିଯାଇଥିଲେ। ସହକର୍ମୀମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଥିବା ଡାକ୍ତର କହିଛନ୍ତି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। 

କଣ୍ଟାବାଞ୍ଜି ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରିବାର ଲୋକେ ପହଞ୍ଚିବା ପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି। 

Advertisment

ପର୍ଶୁରାମଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ସୂଚନା ଦିଆଯାଇଥିବା ବେଳେ ସେମାନେ ଏହାକୁ ସହଜରେ ଗ୍ରହଣ କରି ପାରି ନଥିଲେ। ଏଥିସହ ସ୍କୁଲର ଅନ୍ୟ ଶିକ୍ଷକ ଓ ପିଲାମାନେ ମଧ୍ୟ ପ୍ରଧାନଶିକ୍ଷକଙ୍କ ଏପରି ମୃତ୍ୟୁରେ ଗଭୀର ଭାବେ ମର୍ମାହତ ହୋଇଥିବା ବେଳେ ଏହା ସେମାନଙ୍କୁ ଶକ୍ତ ଧକ୍କା ଦେଇଛି। ଶିଶୁ ଦିବସରେ ଯେଉଁ ସ୍କୁଲ ହସଖୁସିରେ ଫାଟି ପଡ଼ୁଥିଲା, ସେଠି ଏବେ ନୀରବତା ଛାଇ ଯାଇଛି।

Bolangir Heat Stroke
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe