Advertisment

ହାଇୱା ଓ ପିକ୍ଅପ୍ ମୁହାଁମୁହିଁ ଧକ୍କା

ପିକ୍‌ଅପ୍‌ରେ କିଛି ଲୋକ ବହାଘର ଭୋଜିକୁ ଯାଉଥିଲେ। ରାସ୍ତାରେ ଗଲାବେଳେ କେନ୍ଦୁମୁଣ୍ଡି ବାଙ୍କ ନିକଟରେ ଏକ ହାଇୱା ଆଗରୁ ଧକ୍କା ହୋଇଥିଲା।

author-image
Biswajit Samal
Accident

Accident

କରଞ୍ଜିଆ ଠାକୁରମୁଣ୍ଡା କେନ୍ଦୁମୁଣ୍ଡି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ। ଆହାତ ମାନଙ୍କର ପରିଚୟ ମିଳିପାରି ନାହିଁ।

Advertisment

ସୂଚନା ଅନୁସାରେ ଆଜି ସକାଳେ ଗୋଟିଏ ପିକ୍‌ଅପ୍‌ରେ କିଛି ଲୋକ ବହାଘର ଭୋଜିକୁ ଯାଉଥିଲେ। ରାସ୍ତାରେ ଗଲାବେଳେ କେନ୍ଦୁମୁଣ୍ଡି ବାଙ୍କ ନିକଟରେ ଏକ ହାଇୱା ଆଗରୁ ଧକ୍କା ହୋଇଥିଲା। ଫଳରେ ପିକ୍‌ଅପ୍‌ର ଡ୍ରାଇଭର ସହ ଅନ୍ୟଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଆହାତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଖବର ପାଇ କରଞ୍ଜିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Roadaccident