Advertisment

ଭୟଙ୍କର ହିମସ୍ଖଳନ, ୫ ପର୍ବତାରୋହୀ ମୃତ

ପାହାଡ଼ ଉପରେ ଏହି ପର୍ବତାରୋହୀମାନେ ଚଢ଼ିବା ପୂର୍ବରୁ ବିପଦ ସାଇରେନ୍‌ ବାଜିଥିଲା। କିନ୍ତୁ ଏମାନେ ଏହାକୁ ଖାତିର କରିନଥିଲେ।

Climbers die in Avalanches

Climbers die in Avalanches

Advertisment

ଭୟଙ୍କର ବରଫ ଝଡ। ତା'ପରେ ହିମସ୍ଖଳନ। ବରଫ ଅତଡା ଖସିବା ଯୋଗୁ ୫ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି। ସେହିପରି ୪ ଜଣ ଗୁରୁତର ହୋଇଛନ୍ତି। ପଶ୍ଚିମ ଇରାନରେ ଥିବା ବୋରାନ୍‌ ପର୍ବତରେ ଏଭଳି କିଛି ଘଟଣା ଘଟିଛି।

Advertisment

ସୂଚନା ମୁତାବକ, ଉଦ୍ଧାରକାରୀ ଦଳ ରାଜଧାନୀ ତେହରାନ୍‌ ଠାରୁ ପ୍ରାୟ ୩୦୦ କିଲୋମିଟର ଦୂର ବୋରାନ ପର୍ବତରୁ ପାଞ୍ଚ ଜଣ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସେହିପରି ଅନ୍ୟ ଚାରି ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ବପିଦ ଚେତାବନୀ ଜାରି କରିବା ସତ୍ତ୍ୱେ ବି ଗୁରୁବାର ୯ ଜଣ ପର୍ବତାରୋହୀ ବୋରାନ୍‌ ପର୍ବତ ଆଡକୁ ନିଜ ଯାତ୍ରା ଆରମ୍ଭ କରିଥିଲେ। ତେବେ ଏହି ପର୍ବତର ଶିଖରରେ ପହଞ୍ଚିବା ପୂର୍ବରୁ ହିଁ ହିମସ୍ଖଳନର ଶିକାର ହୋଇଥିଲେ। ବରଫ ଝଡ ଓ ହିମସ୍ଖଳନକୁ ଏମାନେ ସହ୍ୟ କରିପାରିନଥିଲେ। ଫଳରେ ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ପାହାଡ଼ ଉପରେ ଏହି ପର୍ବତାରୋହୀମାନେ ଚଢ଼ିବା ପୂର୍ବରୁ ବିପଦ ସାଇରେନ୍‌ ବାଜିଥିଲା। କିନ୍ତୁ ଏମାନେ ଏହାକୁ ଖାତିର କରିନଥିଲେ। ଏହାପୂର୍ବରୁ ୨୦୨୦ରେ ଉତ୍ତର ତେହରାନର ପର୍ବତାଞ୍ଚଳରେ ହିମସ୍ଖଳନ ଯୋଗୁ ବିଭିନ୍ନ ସଥାନରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା।

Iran Heavy Avalanche
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe