ଘନଘନ ବିଜୁଳି ଓ ଘଡ଼ଘଡ଼ିରେ କମ୍ପିଲା ରାଜଧାନୀ ଆକାଶ!

ଆଜି ସକାଳେ ରାଜଧାନୀ ଆକାଶରେ ଦେଖାଯାଇଥିଲା ସୂର୍ଯ୍ୟ। ଆଉ ସୂର୍ଯ୍ୟଙ୍କ ପ୍ରଖର ଖରାରେ ତିତିଥିଲା ଭୂମି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଥିଲା। ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରବଳ ଖରା ହୋଇଥିଲା। ସତେ ଯେମିତି ଲାଗୁଥିଲା ବର୍ଷା ଦିନରେ ଗ୍ରୀଷ୍ମ ମାଡ଼ି ଆସିଥିଲା।

Lightning Strik

Representative Image

Manoranjan Sial
  • Published: Tuesday, 20 August 2024
  • , Updated: 20 August 2024, 05:29 PM IST

ଘନଘନ ବିଜୁଳି ଓ ଘଡ଼ଘଡ଼ିରେ କମ୍ପିଲା ରାଜଧାନୀ ଭୁବନେଶ୍ୱରର ଗଗନ ପବନ। କିଛି କ୍ଷଣ ପାଇଁ ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିଲା। ଘର ଭିତରେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଆଉ ଯେଉଁମାନେ କୌଣସି କାମରେ ଘରୁ ବାହାରିଥିଲେ, ସେମାନେ ସୁରକ୍ଷିତ ସ୍ଥାନ ଦେଖି ବସିବାକୁ ବାଧ୍ୟ ହୋଇଥିଲେ। କାରଣ ଆଜି ସମଗ୍ର ରାଜଧାନୀରେ ପ୍ରବଳ ଘଡ଼ଘଡ଼ି ସହ ବଜ୍ରପାତ ହୋଇଛି। ଏଥିସହ ପ୍ରବଳ ବର୍ଷା ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି।

ଆଜି ସକାଳେ ରାଜଧାନୀ ଆକାଶରେ ଦେଖାଯାଇଥିଲା ସୂର୍ଯ୍ୟ। ଆଉ ସୂର୍ଯ୍ୟଙ୍କ ପ୍ରଖର ଖରାରେ ତିତିଥିଲା ଭୂମି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଥିଲା। ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରବଳ ଖରା ହୋଇଥିଲା। ସତେ ଯେମିତି ଲାଗୁଥିଲା ବର୍ଷା ଦିନରେ ଗ୍ରୀଷ୍ମ ମାଡ଼ି ଆସିଥିଲା। ହେଲେ ବେଳା ଗଡ଼ିଲା ବେଳକୁ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଅପରାହ୍ନ ପ୍ରାୟ ୩ଟା ବେଳେ ପ୍ରଥମେ ବିଜୁଳି ଓ ଘଡ଼ଘଡ଼ି ମାରିବା ଆରମ୍ଭ କରିଥିଲା। ଥରେ କି ଦୁଇ ଥର ନୁହେଁ, ଲଗାତାର ଭାବେ ଅନେକ ବାର ବିଜୁଳି ଓ ଘଡ଼ଘଡ଼ି ମାରିଥିବା ଦେଖିବାକୁ ମିଳିଥିଲା। ତା’ପରେ ଆରମ୍ଭ ହୋଇଥିଲା ବର୍ଷା। ଦୀର୍ଘ ସମୟଧରି ବର୍ଷା ଲାଗି ରହିଥିଲା। ପୂର୍ବରୁ ବର୍ଷା ଓ ଘଡ଼ଘଡ଼ି ସହ ବିଜୁଳି ନେଇ ସତର୍କ ସୂଚନା ଜାରି କରିଥିଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଜି କେବଳ ଭୁବନେଶ୍ୱର ନୁହେଁ, ସମଗ୍ର ରାଜ୍ୟରେ ବର୍ଷା ହୋଇଛି। ଏଥିସହ ବଜ୍ରପାତ ମଧ୍ୟ ହୋଇଛି। ଆଜି ପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋପାରେ। ସେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଗାମୀ ୨୪ ଘଣ୍ଟା ଭିତରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିସହ ବଜ୍ରପାତ ଓ ଘଟଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି।

ବୁଧବାର ସୁନ୍ଦରଗଡ଼, ଝାସୁଗୁଡ଼ା, ସମ୍ୱଲପୁର ଓ ଦେବଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିସହ ବଜ୍ରପାତ ଓ ଘଟଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି।

ଗୁରୁବାର ସୁନ୍ଦରଗଡ଼,ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିସହ ବଜ୍ରପାତ ଓ ଘଟଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି।

ଶୁକ୍ରବାର ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିସହ ବଜ୍ରପାତ ଓ ଘଟଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି।

Related story