Advertisment

କ୍ରାଶ କରିଗଲା ହେଲିକପ୍ଟର: ପାଇଲଟଙ୍କ ସମେତ ୫ ମୃତ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ରାଶ ପରେ ହେଲିକପ୍ଟରଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି।

Helicopter

Helicopter

Advertisment

ପୁଣିଥରେ ନେପାଳରେ ଘଟିଛି ବଡ଼ ଦୁର୍ଘଟଣା। ଆଜି ନେପାଳର ନୂୱାକୋଟ ଅନ୍ତର୍ଗତ ଶିବପୁରିରେ ଗୋଟିଏ ଯାତ୍ରୀବାହୀ ହେଲିକପ୍ଟର କ୍ରାଶ କରି ଯାଇଛି। ଏୟା ଡାଏନଷ୍ଟୀ କମ୍ପାନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ପାଇଲଟଙ୍କୁ ମିଶାଇ ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ରାଶ ପରେ ହେଲିକପ୍ଟରଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି।

Advertisment

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ ହେଲିକପ୍ଟରଟି କାଠମାଣ୍ଡୁରୁ ରାସୁୱା ଯାଉଥିଲା। କିନ୍ତୁ ନୂୱାକୋଟ ଜିଲ୍ଲାରେ ଥିବା ସୂର୍ଯ୍ୟ କୌର-୭ ନିକଟରେ ଏହା ଏକ ପାହାଡ଼ରେ ପିଟି ହୋଇଯାଇଥିଲା। ଏହାପରେ ଜଙ୍ଗଲ ଭିତରେ ଖସି ପଡ଼ିଥିଲା।

ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳେକୁ ହେଲିକପ୍ଟରଟି ପୋଡ଼ି ପାଉଁଶ ହୋଇ ସାରିଥିଲା। ସେହିପରି ଏଥିରେ ଥିବା ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଉଦ୍ଧାରକାରୀ ଟିମ ପକ୍ଷରୁ କୁହାଯାଇଛି।

Advertisment

ତ୍ରିଭୂବନ ଅନ୍ତର୍ଜାତୀୟ ଏୟାରପୋର୍ଟର ସୂଚନା ଅନୁଯାୟୀ, ହେଲିକପ୍ଟଟି କାଠମାଣ୍ଡୁରୁ ଦିନ ୧.୫୪ରେ ଉଡ଼ାଣ ଭରିଥିଲା। କିନ୍ତୁ ସୂର୍ଯ୍ୟ ଚୌର ପାଖରେ ପହଞ୍ଚିବା ପରେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଉଡ଼ାଣ ଭରିବାର ୩ ମିନିଟ ପରେ ଏପରି ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି।

Nepal Helicopter Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe