Advertisment

ହସ୍ପିଟାଲରେ ପିଟି ହୋଇଗଲା ହେଲିକପ୍ଟର, ୪ ମୃତ

ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ହସ୍ପିଟାଲ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ଘନ କୁହୁଡ଼ି ଯୋଗୁ ଏପରି ଘଟଣା ଘଟିଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Helicopter

Helicopter

Advertisment

ଦକ୍ଷିଣ ପଶ୍ଚିମ ତୁର୍କୀରେ ବଡ଼ ଅଘଟଣ ଘଟିଛି। ଏଠାରେ ଥିବା ଗୋଟିଏ ହସ୍ପିଟାଲରେ ପିଟି ହୋଇ ଛିନଛତ୍ର ହୋଇଯାଇଛି ହେଲିକପ୍ଟର। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି।

Advertisment

ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ହସ୍ପିଟାଲ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ଘନ କୁହୁଡ଼ି ଯୋଗୁ ଏପରି ଘଟଣା ଘଟିଥିବା କୁହାଯାଉଛି।

ମୁଗଲା ପ୍ରଦେଶର ଗଭର୍ଣ୍ଣର ଇଦ୍ରିସ ଅକବିୟିକ କହିଛନ୍ତି, “ଟେକ ଅଫ ବେଳେ ହସ୍ପିଟାଲର ୪ର୍ଥ ମହଲାରେ ହେଲିକପ୍ଟରଟି ଲାଖି ଯାଇଥିଲା। ଏହାପରେ ଏହା ତଳେ କଚାଡ଼ି ହୋଇ ପଡ଼ିଥିଲା। ଘଟଣାରେ ହେଲିକପ୍ଟରରେ ଥିବା ୨ ଜଣ ପାଇଲଟ, ଜଣେ ଡାକ୍ତର ଓ ହସ୍ପିଟାଲର ଜଣେ କର୍ମଚାରୀର ପ୍ରାଣ ହରାଇଛନ୍ତି। ପୂରା ଅଞ୍ଚଳକୁ ଘନ କୁହୁଡ଼ି ଘେରି ରହିଥିବା ବେଳେ ହେଲିକପ୍ଟଟି ଉଡ଼ାଣ ଭରିଥିଲା। ଏଥିଯୋଗୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ତଥାପି ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ହେବ।”

Advertisment

ଘନ କୁହୁଡ଼ି ସତ୍ତ୍ୱେ ମୁଗଲାର ସିଟି ହସ୍ପିଟାଲ ଛାତରୁ ହେଲିକପ୍ଟରଟି ଉଡ଼ାଣ ଭରିଥିଲା। ଏହା ଅଣ୍ଟାଲୟା ଯିବାର ଥିଲା। ଟେକ ଅଫ ପରେ ଘନ କୁହୁଡ଼ିରେ ରାସ୍ତା ନ ପାଇ ହେଲିକପ୍ଟରଟି କିଛି ସମୟ ସ୍ଥିର ହୋଇ ଯାଇଥିଲା।

ଏହାପରେ ହସ୍ପିଟାଲର ୪ର୍ଥ ମହଲାରା ଲାଖି ଯାଇଥିଲା। ଶେଷରେ ହସ୍ପିଟାଲକୁ ଲାଗି ରହିଥିବା ଗୋଟିଏ ଖାଲି ପଡ଼ିଆରେ ଏହା ଖସି ପଡ଼ିଥିଲା। ଏଥିଯୋଗୁ ଏଥିରେ ଥିବା ସମସ୍ତ ୪ ଜଣ ପ୍ରାଣ ହରାଇଛନ୍ତି। ସେହିପରି ହେଲିକପ୍ଟରଟି ମଧ୍ୟ ପୂରା ଖଣ୍ଡବିଖଣ୍ଡିତ ହୋଇଯାଇଛି।

Turkey Helicopter Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe