Advertisment

ପକ୍ଷୀ ମାଡ଼ରୁ ଅଳ୍ପକେ ବର୍ତ୍ତିଲା ୪ ହେଲିକପ୍ଟର, ଏୟାର ଶୋ'ରେ ଉପୁଜିପାରେ ବାଧା

ପୁରୀରେ ନୌସେନା ଦିବସ ପାଳନ ସମୟ ପାଖେଇ ଆସୁଥିବା ବେଳେ ଘାରିଲାଣି ପକ୍ଷୀ ଭୟ। କାରଣ ଆଜି ଅଭ୍ୟାସ ବେଳେ ପକ୍ଷୀ ମାଡ଼ରୁ ଅଳ୍ପକେ ବର୍ତ୍ତିଛନ୍ତି ୪ ହେଲିକପ୍ଟର ।

author-image
Niharika Rout
Air Show

Air Show

ପୁରୀରେ ନୌସେନା ଦିବସ ପାଳନ ସମୟ ପାଖେଇ ଆସୁଥିବା ବେଳେ ଘାରିଲାଣି ପକ୍ଷୀ ଭୟ। କାରଣ ଆଜି ଅଭ୍ୟାସ ବେଳେ ପକ୍ଷୀ ମାଡ଼ରୁ ଅଳ୍ପକେ ବର୍ତ୍ତିଛନ୍ତି ୪ ହେଲିକପ୍ଟର । ପୁରୀରେ ନ୍ୟାଭି ଡେ ପାଇଁ ନୌସେନା ପକ୍ଷରୁ ଅଭ୍ୟାସ ଚାଲିଥିବା ବେଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।

Advertisment

ଆଜି ପୁରୀ ଆକାଶରେ ୪ଟି ହେଲିକପ୍ଟର ନିଜ ସମରକଳା ପ୍ରଦର୍ଶନ କରୁଥିଲେ। ଉକ୍ତ ସମୟରେ ଏକ ପକ୍ଷୀ ଆକାଶରେ ଉଡ଼ୁଥିବା ବେଳେ ତାହା ଅତି ନିକଟରୁ ସମସ୍ତ ହେଲିକପ୍ଟରଗୁଡ଼ିକୁ ଅତିକ୍ରମ କରିଛି। ମାତ୍ର ସୌଭାଗ୍ୟବଶଃତ ହେଲିକପ୍ଟରଗୁଡ଼ିକ ପକ୍ଷୀ ମାଡ଼ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ସ୍ଥିତି ଲାଗି ରହିଲେ ଡିସେମ୍ବର ୪ ନୌସେନା ଦିବସ ଦିନ ଏୟାର ଶୋରେ ବାଧା ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି।

ଯୁଦ୍ଧ ବିମାନ ସହ ବାର୍ଡ ହିଟ୍ ଆଶଙ୍କା କରି ବାହାରେ ଅଳିଆ ଆବର୍ଜନା ନ ପକାଇବାକୁ ପୂର୍ବରୁ ପ୍ରଶାସନ ପକ୍ଷରୁ ପୁରୀ ସହରବାସୀଙ୍କୁ ପରାମର୍ଶ ଦିଆଯାଇଛି । ବାହାରେ ଅଳିଆ ଆବର୍ଜନା ଓ ବଳକା ଖାଦ୍ୟ ପକାଇଲେ ପକ୍ଷୀମାନେ ସେଥିପ୍ରତି ଆକୃଷ୍ଟ ହୋଇ ଆସିବା ସମ୍ଭାବନା ଥାଏ। ଏଭଳି ହେଲେ ଏୟାର ସୋ'ରେ ବାଧା ଉପୁଜିପାରେ। ଏହାସତ୍ତ୍ୱେ ପକ୍ଷୀଙ୍କ ପାଦ୍ରୂଭାବ କମୁ ନ ଥିବାରୁ ତାହା ଏବେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି।  

Advertisment

ଆସନ୍ତା ୪ ତାରିଖରେ ପୁରୀରେ ପାଳିତ ହେବ ନୌସେନା ଦିବସ । ଏହି ଦିନ ପୁରୀ ବ୍ଲୁ ଫ୍ଳାଗ ବିଚରେ ନୌସେନା ଅଧିକାରୀ ଓ ଯବାନଙ୍କ ପରାକ୍ରମ ଓ ସମରଭ୍ୟାସ ଦେଖିବାକୁ ମିଳିବ । ଏହି କାର୍ଯ୍ୟକ୍ରମକୁ ଚିତ୍ତାକର୍ଷକ କରିବା ନିମନ୍ତେ ନୌସେନା ପକ୍ଷରୁ ପୁରୀରେ ଜୋରସୋରରେ ଅଭ୍ୟାସ ପ୍ରକ୍ରିୟା ଚାଲିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନିମନ୍ତେ ଓଡିଶା ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

Puri