Advertisment

ବିଧବା ହେଲେ ଦୁଇ ବୋହୂ... ଅସହାୟ ବୁଢ଼ା ବାପାମାଆ

ବାପା ହେବେ ବୋଲି ଦୁଇ ଭାଇ ଶୁଣିବାକୁ ପାଇଲେ। କାରଣ ସୁନାଧର ଓ ପୂର୍ଣ୍ଣଙ୍କ ପତ୍ନୀ ଗର୍ଭବତୀ। ସେଥିପାଇଁ ଦୁଇ ଭାଇ ବେଶ୍‌ ଖୁସିରେ ଥିଲେ। ଏହି ଖୁସି ମାହୋଲ ଭିତରେ ଦୁଇ ଭାଇ ନିଜ ପତ୍ନୀଙ୍କୁ ଘରେ ଛାଡ଼ି ପେଟ ଚାଖଣ୍ଡକ ପାଇଁ ମାଲକାନଗିରି ଜିଲ୍ଲାର ଯୋଡ଼ାମ୍ୱ ଯାଇଥିଲେ।

ଅଦ୍ୟତନ ହୋଇଛି
Nabarangpur

Nabarangpur

Advertisment

ସୁଖର ସଉଦା କରିବାକୁ ଯାଇଥିଲେ ଦୁଇ ଭାଇ। ହେଲେ ଈର୍ଷା କଲା ଦଇବ! ସହି ପାରିଲାନି ଦୁଇ ଭାଇଙ୍କ ଖୁସି! ଫେରିବା ବାଟରେ ଦେଲା ଦୁଃଖ। ଚାଲି ଚାଲି ଯାଇଥିଲେ, ଶବ ବାହକ ଗାଡ଼ିରେ ଘରକୁ ଫେରିଲେ। ଲୁହରେ ଭିଜିଲା ଘର ଅଗଣା। ପିଲାଙ୍କ ମୁହଁ ଦେଖିବା ଆଗରେ ଅଫେରା ପଥରେ ଚାଲିଗଲେ ଦୁଇ ଭାଇ। ସଧବା ବେଶରେ ବିଦାୟ ଦେଇଥିଲେ, ବିଧବା ବେଶରେ ମୃତଦେହ ଗ୍ରହଣ କଲେ ଦୁଇ ବୋହୂ। ଏପରି ଲୋମ ଟାଙ୍କୁରା ଦୃଶ୍ୟ ନବରଙ୍ଗପୁରରୁ ଆସିଛି।

Advertisment

ପୂରା ଘଟଣା ଏମିତି। କୋଷାଗୁମୁଡା ବ୍ଲକ୍‌ ମୋତିଗାଁ ଗାଁର ଜଗବନ୍ଧୁ ଭତରା। ପରିବାର କହିଲେ ପତ୍ନୀ, ଦୁଇ ପୁଅ ସୁନାଧର, ପୂର୍ଣ୍ଣ ଓ ଦୁଇ ବୋହୂ। ଜଗବନ୍ଧୁ ବାର୍ଦ୍ଧକ୍ୟରେ ଅବତୀର୍ଣ୍ଣ ହେଲେଣି। ଆଉ ପୂର୍ବ ପରି କାମଦାମ କରିପାରୁନାହାନ୍ତି। ବାପାଙ୍କ ଏ ଅବସ୍ଥା ଦେଖି ଘର ଚଳାଇବାର ଦାୟିତ୍ୱ ନେଇଥିଲେ ଦୁଇ ଭାଇ ସୁନାଧର ଓ ପୂର୍ଣ୍ଣ। ଗାଁରେ କୁଲି ମଜୁରୀ କରୁଥିଲେ। ଯାହା ରୋଜଗାର ହେଉଥିଲେ, ସେଥିରେ ଦୁଃଖେ କଷ୍ଟେ ଚଳି ଯାଉଥିଲେ। ପରିବାର ଭିତରେ ଗୋଟିଏ ଛାତ ତଳେ ରହୁଥିବାରୁ ଅଭାବ ଅନଟକୁ ନେଇ କେବେ ଚିନ୍ତା କରୁନଥିଲେ। ସବୁ ଭାଗ୍ୟ ଉପରେ ଛାଡ଼ି ଦେଉଥିଲେ।

ହଠାତ୍‌ ଘରକୁ ଆସିଲା ଖୁସି ଖବର। ବାପା ହେବେ ବୋଲି ଦୁଇ ଭାଇ ଶୁଣିବାକୁ ପାଇଲେ। କାରଣ ସୁନାଧର ଓ ପୂର୍ଣ୍ଣଙ୍କ ପତ୍ନୀ ଗର୍ଭବତୀ। ସେଥିପାଇଁ ଦୁଇ ଭାଇ ବେଶ୍‌ ଖୁସିରେ ଥିଲେ। ଏହି ଖୁସି ମାହୋଲ ଭିତରେ ଦୁଇ ଭାଇ ନିଜ ପତ୍ନୀଙ୍କୁ ଘରେ ଛାଡ଼ି ପେଟ ଚାଖଣ୍ଡକ ପାଇଁ ମାଲକାନଗିରି ଜିଲ୍ଲାର ଯୋଡ଼ାମ୍ୱ ଯାଇଥିଲେ। ସେଠାରେ ସରକାରୀ କୋଠା ନିର୍ମାଣ କରୁଥିବା ଏକ ଠିକା ସଂସ୍ଥାରେ କାମ କରୁଥିଲେ। ଦୁଇ ଭାଇଙ୍କ ସହିତ ନିଜ ଗାଁ ଓ ଆଖପାଖ ଗ୍ରାମର ୧୫ ଜଣ କାମ କରୁଥିଲେ। ସେଠାରେ ରହି କାମ କରୁଥିଲେ। ମାସ ଶେଷରେ ଟଙ୍କା ଧରି ଘରକୁ ଫେରୁଥିଲେ। ଘରେ ଟଙ୍କା ଦେବା ସହିତ ପତ୍ନୀଙ୍କ ସୁଖ ଓ ଦୁଃଖ ବୁଝି ପୁଣି କାର୍ଯ୍ୟସ୍ଥଳୀକୁ ଫେରି ଯାଉଥିଲେ ଦୁଇ ଭାଇ।

Advertisment

ଗତ ଶନିବାର ସୁନାଧର, ପୂର୍ଣ୍ଣ ଓ କିଛି ଶ୍ରମିକ ଏକ ସିମେଣ୍ଟ ଏବଂ ଲୁହା ବୋଝେଇ ଟିପ୍ପରରେ କାମ କରିବା ପାଇଁ ଯାଉଥିଲେ। ଦୁର୍ଭାଗ୍ୟକୁ ଟିପ୍ପରଟି ମାଲକାନଗିରି ଜିଲ୍ଲା ହନ୍ତାଳ ଘାଟି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣା ସ୍ଥଳରେ ସୁନାଧର ଓ ପୂର୍ଣ୍ଣଙ୍କ ସମେତ ମୋତିଗାଁର ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ରବିବାର ଦୁଇ ଭାଇଙ୍କ ସମେତ ୬ଟି ମୃତଦେହ ଗାଁକୁ ଫେରିଥିଲା। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଲୁହରେ ଭିଜିଥିଲା ପୂରା ଗାଁ। କହିବାକୁ ଗଲେ ଗାଁରେ ହାହା କାର ପଡ଼ି ଯାଇଥିଲା। ଶୋକାକୁଳ ପରିବେଶରେ ମୃତଦେହ ସତ୍କାର କରାଯାଇଥିଲା। ଖୁସି ସଉଦା କରିବାକୁ ଯାଇ ମାଟିର ସମାଧୀ ନେଲେ ୬ ଜଣ ଶ୍ରମିକ। ତେବେ ଏଠି ଭୁଲ କାହାର?

ଦୁଇ ପୁଅଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାର୍ଦ୍ଧକ୍ୟ ଯନ୍ତ୍ରଣାରେ ଜର୍ଜରିତ ଜଗବନ୍ଧୁ। ଜନ୍ମଦାତ୍ରୀ ମାଆ ବାହୁନି ବାହୁନି ମାଟିରେ ଲୋଟି ଯାଉଛନ୍ତି। ଭାଗ୍ୟକୁ ନିନ୍ଦୁଛନ୍ତି। ସେପଟେ ଗର୍ଭବତୀ ଥିବା ଦୁଇ ବୋହୂ ଜୀବନ ସାଥୀଙ୍କୁ ହରାଇ ବୁକୁ ଫଟାଇ କାନ୍ଦୁ କାନ୍ଦୁଛନ୍ତି। ଆଗକୁ କେମିତି ଜୀବନ ଯିଇଁବେ? କିଏ ସୁଖ ଓ ଦୁଃଖ ସମୟରେ ଛିଡ଼ା ହେବେ? ଏପରି ନାନା ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡ଼ିଛନ୍ତି।

ସେହିଭଳି ଉକ୍ତ ଦୁର୍ଘଟଣାରେ ଉକ୍ତ ଗାଁର ଧନସିଂ, ବଳଦେବ ଓ ମଙ୍ଗଳସାଏ ଭତରାଙ୍କ ମୃତ୍ୟୁ ଘଟିଛି। ସମ୍ପର୍କରେ ସେମାନେ ୩ ଭାଇ ହୋଇଥିବା ବେଳେ ଅଲଗା ଅଲଗା ରହୁଥିଲେ। ୩ ଭାଇଙ୍କ ମୃତ୍ୟୁ ପରେ ଲୋହରେ ଭିଜିଛୁ ଘର ଅଗଣା।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Accident Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe