/odisha-reporter/media/post_attachments/uploadimage/library/16_9/16_9_0/Highwa_1698562029.jpg)
Highwa
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ତେଲିମୁଣ୍ଡା ଛକରେ ଗତକାଲି ରାତି ପ୍ରାୟ ୩ଟାରେ ଏକ ହାଇୱା ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଆଜବେଷ୍ଟସ ଘରକୁ ଧକ୍କା ଦେଇଥିଲା। ଫଳରେ ଘରଟି ଭାଙ୍ଗି ଯାଇଥିବା ବେଳେ ହାଇୱା ଡ୍ରାଇଭର ସମେତ ଦୁଇ ଜଣ ଆହତ ହୋଇଛନ୍ତି।
Advertisment
ଘରଟି ଗାଁର ନାରାୟଣ ପ୍ରଧାନଙ୍କର। ଏହି ଦୁର୍ଘଟଣାରେ ତାଙ୍କ ସ୍ତ୍ରୀ ମେନକା ପ୍ରଧାନ ଆହତ ହୋଇଛନ୍ତି। ତା’ସହିତ ତାଙ୍କର ଏକ ଗୋରୁ ମରି ଯାଇଛି।
ହାଇୱା ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ରିଆମାଳ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଆହତ ହାଇୱା ଡ୍ରାଇଭର ଓ ମେନକା ପ୍ରଧାନଙ୍କୁ ଛତାବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
Advertisment
ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
