Accident
ଡ୍ରାଇଭରଙ୍କ ବେପାରୁଆ ଗାଡ଼ି ଚଳାଇବା ଯୋଗୁଁ ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଗଲା ହାଇୱା। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୁଆପାଟଣା ବଜାର ନିକଟରେ।
Advertisment
ଆଜି ସକାଳେ ଏକ ହାଇୱା ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଥିବା ୫ରୁ ଅଧିକ ମଟର ସାଇକେଲ ଉପରେ ଚଢାଇବା ସହ ଗୋଟିଏ ଦୋକାନ ଭିତରେ ପଶିଯାଇଥିଲା। ଏଥିରେ ହାଇୱା ଚାଳକ ସହ ଅନ୍ୟ ଦୁଇଜଣ ଲୋକ ଗୁରୁତର ଆହତ ହୋଇଥିଲେ। ଆହାତ ମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବିନ୍ଧାଣିମା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସେମାଙ୍କର ଚିକିତ୍ସା ଚାଲିଛି।
ଏନେଇ ଖବର ପାଇ ତିଗିରିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହାଇୱା ଧକ୍କାରେ ପାଞ୍ଚଟି ମଟରସାଇକେଲ ସଂପୂର୍ଣ୍ଣ ଭାଙ୍ଗିରୁଜି ଗୁଣ୍ଡ ହୋଇଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
