Advertisment

ବାଇକ୍‌କୁ ଧକ୍କାଦେଲା ହାଇୱା: ଜଣେ ମୃତ, ୨ ଗୁରୁତର

ପଛପଟୁ ଅସୁଥିବା ହାଇୱା ବାଇକକୁ ଧକ୍କା ଦେଇଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Hiwa

Hiwa

ବାଇକ୍‌କୁ ଧକ୍କାଦେଲା ହାଇୱା ଜଣେ ମୃତ ୨ ଗୁରୁତର। ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଡଳିଆମ୍ବ ଗାଁରେ। ମୃତକ ହେଲେ ସାଇବ କୁଲେସିକା। ତାଙ୍କ ଘର ହେଉଛି ବାରିଗା ଗାଁରେ।

Advertisment

ସାଇବ ଓ ତାଙ୍କ ଦୁଇ ବନ୍ଧୁ ଗୋଟିଏ ବାଇକ୍‌ରେ କୌଣସି କାମରେ ଯାଉଥିଲେ। ସେଇ ସମୟରେ ପଛପଟୁ ଅସୁଥିବା ହାଇୱା ବାଇକକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସାଇବଙ୍କ ସହ ମଙ୍ଗରାଜ ମାଣ୍ଡିଙ୍ଗା ଓ ସନ୍ତଷ ୱାଡେକା ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ସ୍ଥାନୀୟ ଲୋକ ମାନେ ଏହା ଦେଖି ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହାତ ତିନିଜଣଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସାଇବ କୁଲେସିକାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଚିକିତ୍ସତ ହେଉଛନ୍ତି।

Advertisment

ତେବେ ଦୁର୍ଘଟଣା ପରେ ହାଇୱା ଛାଡ଼ି ଡ୍ରାଇଭର ଫରାର ହୋଇଥିଲେ। ପୁଲିସ ହାଇୱାକୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

Accident Accidental Death