Advertisment

ଟ୍ରେନିଂ ବେଳେ ହୋମଗାର୍ଡଙ୍କ ମୃତ୍ୟୁ

ବାସୁଦେବ ଏୟାରଫିଲ୍‌ଡ ଥାନାରେ ଡ୍ୟୁଟି କରୁଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Homeguard

Homeguard

ଭୁବନେଶ୍ୱର ରିଜର୍ଭ ଅଫିସ୍ ରେ ଅଘଟଣ। ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ। ମୃତ ହୋମଗାର୍ଡଙ୍କ ନାଁ ବାସୁଦେବ ମାନସିଂହ। ରିଫ୍ରେସର କୋର୍ସ ପାଇଁ ଦିଆଯାଉଥିଲା ଟ୍ରେନିଂ।

Advertisment

ବାସୁଦେବ ଏୟାରଫିଲ୍‌ଡ ଥାନାରେ ଡ୍ୟୁଟି କରୁଥିଲେ। କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା, ଜଣାପଡ଼ି ନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ। ସହିଦ ନଗର ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ପୁଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। 

Odisha Police