Advertisment

ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ଅତିଷ୍ଠ କଲା; ଟ୍ରେନ୍‌ ଆଗକୁ ଡେଇଁ ଦୁଇ ଗୋଡ଼ ହରାଇଲେ ହୋମଗାର୍ଡ

ରାଜ୍ୟ ପୁଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀଙ୍କ ନାଁରେ ଏପରି ସାଂଘାତିକ ଅଭିଯୋଗ ଆସିଥିବା ବେଳେ ଖୋଦ ଡିଆଇଜି ଏହାକୁ ଅସ୍ୱୀକାର କରିଛନ୍ତି ।

ଅଦ୍ୟତନ ହୋଇଛି
Home Guard

Home Guard

Advertisment

ରାଜ୍ୟ ପୁଲିସର ଜଣେ ଡିଆଇଜିଙ୍କ ପତ୍ନୀ ଦେଲେ ଅସହ୍ୟ ନିର୍ଯାତନା । ଘରୋଇ କାମ ବେଳେ ସବୁବେଳେ ମାନସିକ, ଶାରୀରିକ ନିର୍ଯାତନା ଦେଲେ। ଚାକିରି ନେଇଯିବାର ଧମକ ବି ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ତିଳ ତିଳ ମରୁଥିବା ହୋମଗାର୍ଡଜଣକ ନେଲେ ଚରମ ନିଷ୍ପତ୍ତି। ଆତ୍ମହତ୍ୟା କରିବାକୁ ଟ୍ରେନ୍‌ ଲାଇନ୍‌କୁ ଡେଇଁ ବଞ୍ଚି ଯାଇଛନ୍ତି ସିନା ହେଲେ ନିଜ ୨ ଗୋଡ଼କୁ ସବୁଦିନ ପାଇଁ ହରାଇ ବସିଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଅନୁଗୁଳରେ ଘଟିଥିବା ବେଳେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Advertisment

ରାଜ୍ୟ ପୁଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀଙ୍କ ନାଁରେ ଏପରି ସାଂଘାତିକ ଅଭିଯୋଗ ଆସିଥିବା ବେଳେ ଖୋଦ ଡିଆଇଜି ଏହାକୁ ଅସ୍ୱୀକାର କରିଛନ୍ତି। ଦୁଇ ଗୋଡ଼ ହରାଇଥିବା ମହିଳା ହୋମଗାର୍ଡଜଣକ ଅନୁଗୁଳ ଜିଲ୍ଲା ରାଣୀଗୋଡ଼ାର ସୈରିନ୍ଦ୍ରୀ ସାହୁ ବୋଲି ଜଣାଯାଇଛି। ଏନେଇ ସେ ହୋମଗାର୍ଡ ଡିଜିଙ୍କୁ ଏକ ପତ୍ର ଲେଖି ଗତ ୧୩ ତାରିଖରୁ ନିଜ ନିର୍ଯାତନାର କାହାଣୀ ବଖାଣିଥିବା ବେଳେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାକୁ ଚପାଇ ଦେବାକୁ ଚେଷ୍ଟା ଚାଲିଥିବା ଅଭିଯୋଗ ହେଉଛି।

ହୋମଗାର୍ଡ଼ ଡିଜିଙ୍କୁ ସୈରିନ୍ଦ୍ରୀ ଦେଇଥିବା ଅଭିଯୋଗ ଅନୁଯାୟୀ, ସେ ଅନୁଗୁଳ ଜିଲ୍ଲାରେ ଗତ ୧୯ ବର୍ଷ ହେବ ଗୃହ ରକ୍ଷୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ୭ ମାସ ତଳେ ଅନୁଗୁଳରେ ଯୋଗ ଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା। ସେଠାରେ ସେ ଘରର ଯାବତୀୟ କାମ କରୁଥିବା ବେଳେ ସାମାନ୍ୟ ଭୁଲ୍‌ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ଼ ମାରନ୍ତି ଓ ଚାକିରି ନେଇଯିବାର ଧମକ ଦିଅନ୍ତି।

Advertisment

ଗତ ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ। ଚାକିରି ନେଇଯିବାର ଧମକ ବି ଦେଇଥିଲେ। ଚାକିରି ଚାଲିଯିବା ଭୟରେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଥିବା ଉଲ୍ଲେଖ କରିଛନ୍ତି।

ଟ୍ରେନ୍‌ ଲାଇନ୍‌ରେ ସେ ଆତ୍ମହତ୍ୟା ଉଦ୍ୟମ କରି ବର୍ତ୍ତି ଯାଇଥିବା ବେଳେ ସବୁଦିନ ପାଇଁ କିନ୍ତୁ ନିଜ ୨ ଗୋଡ଼ ହରାଇ ବସିଛନ୍ତି। ତେଣୁ ତାଙ୍କୁ କ୍ଷତିପୂରଣ ଦେବା ସହ ତାଙ୍କ ପ୍ରତି ହୋଇଥିବା ନିର୍ଯାତନାର ତଦନ୍ତ କରିବାକୁ ସେ ଗତ ୧୩ ତାରିଖରେ ଉତ୍କଳ ଗୃହରକ୍ଷୀ ମହାସଂଘ, ହୋମଗାର୍ଡ ଡିଜି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି।

ମା’ ପୂର୍ବରୁ ବି ଡିଆଇଜିଙ୍କ ଘରେ ଦିଆଯାଉଥିବା ନିର୍ଯାତନା ସମ୍ପର୍କରେ ଘରେ କହୁଥିଲେ। ଘଟଣା ଦିନ ଠିକ୍‌ ସମୟରେ ମା’ ଘରେ ନ ପହଞ୍ଚିବାରୁ ଆମେ ଚାରିଆଡ଼େ ଖୋଲିବାକୁ ଲାଗିଲୁ। ଏହାପରେ ଟ୍ରେନ୍‌ ଲାଇନ୍‌ରେ ମା’ ଅଚେତ ଅବସ୍ଥାରେ ପଡିଥିବା ଦେଖି ତାଙ୍କ ଗୋଡ଼ କଟି ଯାଇ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିବାକୁ ପାଇଥିଲୁ। ଏହାପର ତାଙ୍କୁ ତୁରନ୍ତ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛୁ।

ଏନେଇ ହୋମଗାର୍ଡ ଡିଜି ଡ. ସୁଧାଶୁଂ ଷଡଙ୍ଗୀ କହିଛନ୍ତି, ସମ୍ପୃକ୍ତ ମହିଳା ହୋମଗାର୍ଡଙ୍କର ଏବେ ଚିକିତ୍ସା ଚାଲିଛି। ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି । ସେ ମେଡିକାଲରୁ ଡିସଚାର୍ଜ ହେବା ପରେ ତାଙ୍କ ଅଭିଯୋଗ ଉପରେ ଆଲୋଚନା କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏନେଇ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସୈରିନ୍ଦ୍ରୀଙ୍କୁ କୌଣସି ନିର୍ଯାତନା ଦିଆଯାଇ ନାହିଁ। ଆମେ ସମସ୍ତେ କଲିଗ୍‌, ସରକାରଙ୍କ ପାଇଁ କାମ କରୁଛୁ । ମହିଳା ହୋମଗାର୍ଡ ଜଣଙ୍କୁ କେହି ପ୍ରବର୍ତ୍ତାଇଥିବେ ।

Odisha Police Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe