Advertisment

ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୬ ମୃତ

୨୭ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।

Bus -Truck Accident

Bus -Truck Accident

Advertisment

ଭୟଙ୍କର ଦୁର୍ଘଟଣା। ରାସ୍ତାକଡ଼ରେ ଠିଆ ହୋଇଥିବା ବସ୍‌କୁ ଦ୍ରୁତ ଗତିରେ ଆସି ଧକ୍କା ଦେଲା ଟ୍ରକ୍। ଫଳରେ ଘଟଣାସ୍ଥଳରେ ହିଁ ଆଖି ବୁଜିଲେ ୬ ଜଣ। ଏଥିସହ ଏକାଧିକ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ଦୁର୍ଘଟଣା।

Advertisment

ଉତ୍ତରପ୍ରଦେଶର ଗୋରଖପୁର-କୁଶିନଗର ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଠିଆ ହୋଇଥିବା ଦୁଇଟି ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଇଛି ଟ୍ରକ୍‌। ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନା ଏବଂ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏସପି ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ୫ଟି ଅମ୍ବୁଲାନ୍ସ ଯୋଗେ ଆହତଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। 

ସୂଚନା ମୁତାବକ ଗୋରଖପୁରରୁ ଏକ ବସ ଯାତ୍ରୀଙ୍କୁ ନେଇ ପଡରୋନା ଯାଉଥିଲା। ଏତିକି ବେଳେ ଜଗଦୀଶପୁରର ମଲ୍ଲପୁର ନିକଟରେ ବସର ଚକା ପଞ୍ଚର ହୋଇଯାଇଥିଲା। ଏହି ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ଡ୍ରାଇଭର ଏବଂ କଣ୍ଡକ୍ଟର ବସକୁ ରାସ୍ତା କଡ଼ରେ ରଖି ଅନ୍ୟ ଏକ ବସ୍‌କୁ ଡାକିଥିଲେ। ଗୋରଖପୁରରୁ ଏକ ଖାଲି ବସ ଆସି ଯାତ୍ରୀମାନଙ୍କୁ ନେଉଥିଲା। କଣ୍ଡକ୍ଟର କିଛି ଯାତ୍ରୀଙ୍କୁ ଅନ୍ୟ ବସ୍‌ରେ ବସାଉଥିଲେ। କିଛି ଲୋକ ଦୁଇଟି ବସ ମଧ୍ୟରେ ଛିଡା ହୋଇଥିବା ବେଳେ ଏହି ସମୟରେ ଦ୍ରୁତ ଗତିରେ ଆସି ଏକ ଟ୍ରକ ପଛପଟୁ ଦୁଇ ବସ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ହେବା ସହ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପରେ ପୁଲିସ ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।

Advertisment
Uttar Pradesh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe