Accident
ବିହାରର ରୋହତାସ ଜିଲ୍ଲାରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ରେ ଭାରସାମ୍ୟ ହରାଇ ଏକ ସ୍କର୍ପିଓ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ମହିଳା ଓ ୨ ଶିଶୁ ଥିବା ଜଣାଯାଇଛି। ଡ୍ରାଇଭରଙ୍କୁ ନିଦ ଆସିବାରୁ ନିୟନ୍ତ୍ରଣ ହରାଇବାକୁ ଏପରି ସାଂଘାତିକ ଦୁର୍ଘଟଣା ଘଟିଥିବା ଜଣାଯାଇଛି।
ଏହି ଘଟଣା ଶିବସାଗର ହାଇୱେରେ ଗତ ରାତିରେ ଘଟିଛି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ସ୍କର୍ପିଓରେ ସମୁଦାୟ ୧୨ ଜଣ ବିହାରର କୈମୁର ଅଞ୍ଚଳର କୁଡାରୀ ଗାଁକୁ ଫେରୁଥିଲେ। ଗାଡ଼ିରେ ଥିବା ସମସ୍ତେ ଏକ ପରିବାରର ବୋଲି ଜଣାଯାଇଛି।
ଗାଡ଼ିଟି ଶିବସାଗର ଅଞ୍ଚଳରେ ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ବସିଥିଲା। ଏହାପରେ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ତଳେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣ ଆଖି ବୁଜିଥିବା ବେଳେ ୫ ଜଣ ଗୁରୁତର ହୋଇ ପଡ଼ିଛନ୍ତି।
ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡ୍ରାଇଭରଙ୍କୁ ନିଦ ଆସିବାରୁ ଅକାଳରେ ବହୁ ମୂଲ୍ୟବାନ ଜୀବନ ଚାଲି ଯାଇଥିବା ଜଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
