Advertisment

ରାତି ଅଧରେ ଭୁଶୁଡ଼ିଗଲା ମାଟି ଘର, ଚାପି ହୋଇଗଲା ପୁରା ପରିବାର

ଲଗାଣ ବର୍ଷାରେ ଭୁଶୁଡ଼ିଗଲା ମାଟି ଘର। ଆଉ ତା’ ତଳେ ଚାପି ହୋଇଗଲେ ପୁରା ପରିବାର।

author-image
Niharika Rout
Rescue Operation

Rescue Operation

ଲଗାଣ ବର୍ଷାରେ ଭୁଶୁଡ଼ିଗଲା ମାଟି ଘର। ଆଉ ତା’ ତଳେ ଚାପି ହୋଇଗଲେ ପୁରା ପରିବାର। ଗୁରୁତର ଅବସ୍ଥାରେ ପରିବାରର ୫ ସଦସ୍ୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଡାହୁକବୁଡ ଗାଁରେ ଘଟିଛି।

Advertisment

ଗୁରୁତରମାନେ ହେଲେ ସୁଶୀଲ ପଧାନ ଓ ତାଙ୍କ ସ୍ତ୍ରୀ ବାସ୍ତୁରି ପଧାନ, ଝିଅ ରିତିକା ପଧାନ, ପୁଅ କ୍ରିସ୍ ପଧାନ ଓ ଦେଢ଼ ବର୍ଷିୟ ପୁଅ ଅର୍ଣ୍ଣବ ପଧାନ । ସୁଶୀଲ ପଧାନଙ୍କର ଦୁଇ ବଖରା ମାଟି ଘର ଥିବା ବେଳେ ମୁଲମଜୁରୀ ଲାଗି ପରିବାର ପେଟ ପୋଷନ୍ତି।

ଗତ ରାତିରେ ସୁଶୀଲଙ୍କ ପରିବାର ସଦସ୍ୟ ଖାଇପିଇ ଶୋଇଥିଲେ। ମାତ୍ର ବିଳମ୍ବିତ ରାତିରେ ଲଗାଣ ବର୍ଷା ହେତୁ ଘର ଭୁଶୁଡ଼ି ପଡ଼ିଥିଲା। ଆଉ ତା’ ତଳେ ସମସ୍ତ ପରିବାର ସଦସ୍ୟ ଚାପି ହୋଇ ଯାଇଥିଲେ।

Advertisment

ସେମାନଙ୍କ ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ସମସ୍ତଙ୍କୁ ମାଟି ତଳୁ ଉଦ୍ଧାର କରିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ସରକାର ମାଳ ମାଳ ଯୋଜନା ପ୍ରଣୟନ କରୁଛନ୍ତି। ମାତ୍ର ସୁଶୀଲ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିଲେ ବି ସରକାରଙ୍କ ତରଫରୁ ପକ୍କାଘର ଖଣ୍ଡିଏ ପାଇନାହାନ୍ତି I ତୁରନ୍ତ ସୁଶୀଲଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି I

Subarnpur