Advertisment

ଚାହୁଁଚାହୁଁ ଆଖି ଆଗରେ ଭୁଶୁଡ଼ିଗଲା ଝାଟିମାଟିର ଘର

ଶାଳନ୍ଦିର ଶାଖା ନଦୀ ହେଉଛି କପାଳୀ। ଲଗାଣ ବର୍ଷା ଯୋଗୁ ବୁଧବାର କପାଳୀ ନଦୀରେ ପ୍ରବାହିତ ହୋଇଥିଲା ବନ୍ୟା ଜଳ। ମଧ୍ୟାହ୍ନରେ ହଠାତ୍‌ ବନ୍ୟାଜଳ ବନ୍ତ ବ୍ଲକ୍‌ ରାମଚନ୍ଦ୍ରପୁର ଗାଁରେ ପଶି ଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Bhadrak

Bhadrak

ଚାହୁଁ ଚାହୁଁ ଆଖି ଆଗରେ ଭୁଶୁଡ଼ିଗଲା ଝାଟି ମାଟିର ଘର। ଯାହାକୁ ନିଜ ହାତରେ ଗଢ଼ିଥିଲେ। ଆଉ ଭବିଷ୍ୟତ ପାଇଁ ଦେଖିଥିଲେ ଅନେକ ସ୍ୱପ୍ନ। ନିଜ ସ୍ୱପ୍ନର ତାଜହଲ ମାଟିରେ ମିଶିବା ପରେ ପାଣି ଭିତରେ ଖୋଜୁଛନ୍ତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ଏପରି ଚିତ୍ର ଆସିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ଗାଁରୁ। ଘର ଭୁଶୁଡିବାର ଦୃଶ୍ୟ ଏବେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଶାଳନ୍ଦିର ଶାଖା ନଦୀ ହେଉଛି କପାଳୀ। ଲଗାଣ ବର୍ଷା ଯୋଗୁ ବୁଧବାର କପାଳୀ ନଦୀରେ ପ୍ରବାହିତ ହୋଇଥିଲା ବନ୍ୟା ଜଳ। ମଧ୍ୟାହ୍ନରେ ହଠାତ୍‌ ବନ୍ୟାଜଳ ବନ୍ତ ବ୍ଲକ୍‌ ରାମଚନ୍ଦ୍ରପୁର ଗାଁରେ ପଶି ଯାଇଥିଲା। ପାଣି ଦେଖି ଲୋକମାନେ ଘରୁ ବାହାରି ଆସିଥିଲେ। ଗାଁର ସୁବାସ ଯେନା, ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ଜୀବନ ବିକଳରେ ଘରୁ ପଳାଇ ଆସିଥିଲେ। ହେଲେ ଘରୁ କୌଣସି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଣି ପାରିନଥିଲେ। ଚାହୁଁ ଚାହୁଁ ଘର ଅଗଣାରେ ପେଟେ ପାଣି ହୋଇଯାଇଥିଲା। ଆଉ ଆଖି ଆଗରେ ମାଟିରେ ମିଶି ଯାଇଥିଲା ଶ୍ରୀ ଯେନାଙ୍କ ଚାଳ ଛପର ଘର।

ଦେଖିବାକୁ ଗଲେ ସୁବାସ ପେଶାରେ ଜଣେ ଚାଷୀ। ଚାଷବାସ କରି ପରିବାର ଭରଣ ପୋଷଣ କରନ୍ତି। ଅଭାବ ଅନଟନ ଭିତରେ ରହୁଥିଲେ ମଧ୍ୟ ଝାଟି ମାଟିର ଘରଟିଏ କରିଥିଲେ। ସେଥିରେ ଦୁଃଖ କଷ୍ଟରେ ରହୁଥିଲେ ସୁବାସ ଓ ତାଙ୍କ ପରିବାର। ହେଲେ କପାଳୀର ବନ୍ୟା ପାଣି ସବୁ ସାରିଦେଲା। ଆଖି ଆଗରେ ନିଜ ସ୍ୱପ୍ନର ତାଲମହଲକୁ ଭାଙ୍ଗିଦେଲା। ଏବେ ସମ୍ପୂର୍ଣ୍ଣ ଅସହାୟ ହୋଗଲେ ସୁବାସ। ବନ୍ୟା ଛାଡ଼ିବା ପରେ ରହିବେ କେଉଁଠି? ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।

Advertisment

ରିପୋର୍ଟ-ଭଦ୍ରକରୁ ପାର୍ଥ ସାରଥୀ ନାୟକ

Bhadrak News Bhadrak Weather