Advertisment

Bus Accident: ଆନ୍ଧ୍ର ବସ୍‌ ନିଆଁକୁ କେମିତି ଭୀଷଣ କରିଥିଲା ୪୬ ଲକ୍ଷ ଟଙ୍କାର ୨୩୪ ସ୍ମାର୍ଟଫୋନ୍‌

ଗୁରୁବାର ମଧ୍ୟରାତ୍ରରେ ବସ୍‌ଟି ଯାତ୍ରୀଙ୍କୁ ଧରି ବେଙ୍ଗାଲୁରୁ ଅଭିମୁଖେ ବାହାରିଥିଲା। ଏଥିରେ ଡ୍ରାଇଭର, କର୍ମଚାରୀ ଓ ଯାତ୍ରୀଙ୍କୁ ମିଶାଇ ୪୩ ଜଣ ଲୋକ ଥିଲେ। ଚିନ୍ନା ଟେକୁର ଗାଁ ନିକଟରେ ଦୁର୍ଘଟଣା ଘଟିବା ବେଳେ ପ୍ରାୟ ସମସ୍ତ ଯାତ୍ରୀ ନିଦରେ ରହିଥିଲେ।

Bus

ଦୁର୍ଘଟଣାଗ୍ରସ୍ତ ବସ

Advertisment

ଆନ୍ଧ୍ର ପ୍ରଦେଶ କରନୁଲ ବସ୍‌ ଦୁର୍ଘଟଣା(Bus Accident)ର ତଦନ୍ତକୁ ଜୋରଦାର କରାଯାଇଛି। ଗୁରୁବାର ବସ୍‌ଟି ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଦୁର୍ଘଟଣା(Accident)ଗ୍ରସ୍ତ ହୋଇ ସଂପୂର୍ଣ୍ଣ ଜଳି ଯାଇଥିଲା। ଏଥିଯୋଗୁ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

Advertisment

ଘଟଣାର ତଦନ୍ତରୁ ଜଣାପଡ଼ିଛି ଯେ ବସ୍‌ଟି ୨୩୪ଟି ସ୍ମାର୍ଟଫୋନର ଗୋଟିଏ ପେଟିରେ ରହିଥିଲା। ଦୁର୍ଘଟଣା ପରେ ଏହି ପ୍ୟାକେଟ ଭୟଙ୍କର ଢଙ୍ଗରେ ବିସ୍ଫୋରଣ ହୋଇଥିଲା। ଫରେନ୍ସିକ ଯାଞ୍ଚରୁ ସ୍ପଷ୍ଟ ହୋଇଛି ଯେ ଫୋନ ଗୁଡ଼ିକର ବ୍ୟାଟେରୀ ବିସ୍ଫୋରଣ ହେବାରୁ ଅଗ୍ନିକାଣ୍ଡ ଆହୁରି ଭୀଷଣ ରୂପ ଧାରଣ କରିଥିଲା। ନିଆଁ ବିସ୍ଫୋରଣ ଯୋଗୁ ବ୍ୟାପିବା ସହ ଏଥିରେ ୨୦ ଜଣ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। 

ପେଟିରେ ଥିବା ୨୩୪ଟି ସ୍ମାର୍ଟଫୋନର ମୂଲ୍ୟ ୪୬ ଲକ୍ଷ ଟଙ୍କା। ହାଇଦ୍ରାବାଦର ବ୍ୟବସାୟୀ ମଙ୍ଗନାଥ ଗୋଟିଏ ପାର୍ସଲ କରି ଫୋନଗୁଡ଼ିକ ବେଙ୍ଗାଲୁରୁ ପଠାଉଥିଲେ। ବେଙ୍ଗାଲୁରୁର ଗୋଟିଏ ଇ-କମର୍ସ କମ୍ପାନୀ ପାଇଁ ଏହା ଯାଉଥିଲା। ସେଠାରୁ ଫୋନଗୁଡ଼ିକ ଅର୍ଡର କରିଥିବା ଲୋକଙ୍କ ପାଖରେ ପହଞ୍ଚି ଥାଆନ୍ତା। ହେଲେ ସେସବୁ ବସ୍‌ ଦୁର୍ଘଟଣାରେ ପୋଡ଼ି ପାଉଁଶ ହୋଇଯାଇଛି। 

Advertisment

ମୋବାଇଲ ଫୋନର ବ୍ୟାଟେରୀ ସଂସ୍ପର୍ଶରେ ନିଆଁ ଆସିବାରୁ ସେଗୁଡ଼ିକ ବିସ୍ଫୋରଣ ହେବାରେ ଲାଗିଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀମାନେ ମଧ୍ୟ କହିଛନ୍ତି।

ଆନ୍ଧ୍ର ପ୍ରଦେଶ (Andhra Pradesh)ଅଗ୍ନି ସେବା ବିଭାଗର ମହାନିର୍ଦ୍ଦେଶକ ପି ଭେଙ୍କଟରମଣଙ୍କ କହିବା କଥା ଯେ ସ୍ମାର୍ଟଫୋନ ବିସ୍ଫୋରଣ ବ୍ୟତୀତ ବସ୍‌ର ଏସି ପାଇଁ ବ୍ୟବହାର ହେଉଥିବା ବିଦ୍ୟୁତ ଚାଳିତ ବ୍ୟାଟେରୀଗୁଡ଼ିକ ମଧ୍ୟ ଫାଟିଥିଲା। ଉତ୍ତାପ ଏତେ ମାତ୍ରାରେ ନିର୍ଗତ ହୋଇଥିଲା ଯେ ବସ୍‌ର ଚଟାଣରେ ବ୍ୟବହୃତ ହେଉଥିବା ଆଲୁମିନିୟମ ମଧ୍ୟ ତରଳି ଯାଇଛି। 

ତେଲ ଲିକ ଯୋଗୁ ପ୍ରଥମେ ବସ୍‌ର ସାମ୍ନା ପଟେ ନିଆଁ ଲାଗିଥିଲା। ଏହାପରେ ପୂରା ବସ୍‌କୁ ନିଆଁ ବ୍ୟାପି ଯାଇଥିଲା। ବସ୍‌ ସହ ବାଇକ ଧକ୍କା ହେବା ପରେ ଏତେ ବଡ଼ ଘଟଣା ଘଟିଥିବା ସେ କହିଛନ୍ତି। 

ଗୁରୁବାର ମଧ୍ୟରାତ୍ରରେ ବସ୍‌ଟି ଯାତ୍ରୀଙ୍କୁ ଧରି ବେଙ୍ଗାଲୁରୁ ଅଭିମୁଖେ ବାହାରିଥିଲା। ଏଥିରେ ଡ୍ରାଇଭର, କର୍ମଚାରୀ ଓ ଯାତ୍ରୀଙ୍କୁ ମିଶାଇ ୪୩ ଜଣ ଲୋକ ଥିଲେ। ଚିନ୍ନା ଟେକୁର ଗାଁ ନିକଟରେ ଦୁର୍ଘଟଣା ଘଟିବା ବେଳେ ପ୍ରାୟ ସମସ୍ତ ଯାତ୍ରୀ ନିଦରେ ରହିଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଯେ ବସ୍‌ର ସାମ୍ନା ପଟେ ପ୍ରଥମେ ନିଆଁ ଲାଗିଥିଲା। ୩ ମିନିଟରୁ କମ ସମୟ ମଧ୍ୟରେ ପୂରା ବସ୍‌ ନିଆଁର ଆଁରେ ଫସି ଯାଇଥିଲା। 

୪୩ ଜଣଙ୍କ ମଧ୍ୟରୁ ୨୦ ଜଣ ପ୍ରାଣ ହରାଇଛନ୍ତି। ୨୩ ଜଣ ବସ୍‌ରୁ ବାହାରି ଯାଇଥିବା ବେଳେ ୧୫ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଛି ଲୋକଙ୍କ ମୃତଦେହ ସଂପୂର୍ଣ୍ଣ ପୋଡ଼ି ଯାଇଥିବାରୁ ସେମାନଙ୍କ ପରିଚୟ ହାସଲ କରିବାକୁ ଡିଏନଏ ଟେଷ୍ଟ କରାଯିବ ବୋଲି ପୁଲିସ୍‌ କହିଛି। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ(Odisha) ଥିବା ଜଣାପଡ଼ିଛି। 

Odisha Accident Andhra Pradesh Bus Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe