Advertisment

ଚଳନ୍ତା ବସରେ ଲାଗିଲା ନିଆଁ, ୩୦ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଲେ ଚାଳକ

ବ୍ୟସ୍ତ ବହୁଳ ରାସ୍ତାରେ ୩୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସରେ ନିଆଁ ଲାଗି ଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Bus Catches Fire

Bus Catches Fire

ବ୍ୟସ୍ତ ବହୁଳ ରାସ୍ତାରେ ୩୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସରେ ନିଆଁ ଲାଗି ଯାଇଛି। ସୌଭାଗ୍ୟବଶତଃ ଚାଳକଙ୍କ ଉପସ୍ଥିତି ବୁଦ୍ଧି କାରଣରୁ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ବେଙ୍ଗାଲୁରୁର ଏମଜି ରୋଡ଼ରେ ଦେଖିବାକୁ ମିଳିଛି ଏହି ଅଘଟଣ।

Advertisment

ବେଙ୍ଗାଲୁରୁ ମହାନଗର ପରିବହନ ନିଗମ (BMTC) ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆଜି ଏକ ସରକାରୀ ବସ୍ ସକାଳେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବସରେ ନିଆଁ ଲାଗି ଯାଇଥିଲା। ଏକ ଷ୍ଟପେଜରେ ଡ୍ରାଇଭର୍ ଯେତେବେଳେ ଇଞ୍ଜିନ ଷ୍ଟାର୍ଟ କରିଥିଲେ ହଠାତ୍ ବସରେ ନିଆଁ ଲାଗି ଯାଇଥିଲା।

ଡ୍ରାଇଭର୍ ଜଣକ ତୁରନ୍ତୁ ଡେଇଁ ପଡ଼ି ସଙ୍ଗେ ସଙ୍ଗେ ବସକୁ ଖାଲି କରି ଦେଇଥିଲେ। ଫଳରେ ଯାତ୍ରୀମାନଙ୍କ ଜୀବନ ରକ୍ଷା ପାଇଯାଇଛି। ଇଞ୍ଜିନ ଅତ୍ୟଧିକ ଉତ୍ତପ୍ତ ହୋଇଯିବା କାରଣରୁ ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି।

Advertisment

କିନ୍ତୁ ପ୍ରକୃତରେ କେଉଁ କାରଣରୁ ନିଆଁ ଲାଗିଲା ସେନେଇ BMTC ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। କାରଣ ଜଣା ପଡ଼ିବା ପରେ ଆଗକୁ କିପରି ଏହା ପୁନରାବୃତ୍ତି ନ ହୁଏ ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି BMTC ସୂତ୍ରରୁ ପ୍ରକାଶ ପାଇଛି। 

ସେପଟେ ଯାତ୍ରୀମାନେ ବସରେ ନିଆଁ ଲାଗିବାର ଦୃଶ୍ୟ ସୋଶାଲ ମଡିଆରେ ଶେଆର୍ କରିଛନ୍ତି। ବସଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ଏନେଇ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। 

Accident Bus Catches Fire Fire In Bus