Advertisment

ଗୋଟିଏ ରନ ୱେର ଦୁଇଟି ବିମାନ, ମହିଳା ପାଇଲଟ ବଞ୍ଚାଇ ଦେଲେ ୩୦୦ ଜୀବନ

ପ୍ରଥମେ ଗୋଟିଏ ଭିସ୍ତାରା ବିମାନ ସକ୍ରିୟ ରନ ୱେରେ ଲ୍ୟାଣ୍ଡ କରିଥିଲା। ଏହାପରେ ସେହି ସମାନ ରନ ୱେରେ ଭିସ୍ତାରାର ଆଉ ଗୋଟିଏ ବିମାନକୁ ମଧ୍ୟ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା।

Flight

Flight

Advertisment

ଜଣେ ମହିଳା ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଓ ଉଚିତ ପଦକ୍ଷେପ ଯୋଗୁ ବଡ଼ ଦୁର୍ଘଟଣାକୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୦୦ ଜଣ ଯାତ୍ରୀ। ଦିଲ୍ଲୀ ଏୟାରପୋର୍ଟର ଗୋଟିଏ ରନ ୱେରେ ଏକା ସମୟରେ ଭିସ୍ତାରାର ଦୁଇଟି ବିମାନ ଚାଲି ଆସିଥିଲେ।

Advertisment

ପ୍ରଥମେ ଗୋଟିଏ ଭିସ୍ତାରା ବିମାନ ସକ୍ରିୟ ରନ ୱେରେ ଲ୍ୟାଣ୍ଡ କରିଥିଲା। ଏହାପରେ ସେହି ସମାନ ରନ ୱେରେ ଭିସ୍ତାରାର ଆଉ ଗୋଟିଏ ବିମାନକୁ ମଧ୍ୟ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା। ଫଳରେ ଦୁଇ ବିମାନ ମଧ୍ୟରେ ଧକ୍କା ହେବା ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଠିକଣା ସମୟରେ ମହିଳା ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ବିପଦ ଟଳି ଯାଇଛି।

ମିଳିଥିବା ସୂଚନା ଅନୁସାରେ, ଭିସ୍ତାରାର ଏ ୩୨୦ ଅହମଦାବାଦରୁ ଦିଲ୍ଲୀ ଆସିଥିଲା। ବିମାନଟି ସକାଳ ୮.୩୦ର ଠିକ ପୂର୍ବରୁ ପହଞ୍ଚିଥିବା ବେଳେ ୨୯ଏଲ ରନ ୱେକୁ ବ୍ୟବହାର କରିବାକୁ କୁହାଯାଇଥିଲା। ଏହାପରେ ଟାୱାର କଣ୍ଟ୍ରୋଲ ପକ୍ଷରୁ ବିମାନକୁ ୨୯ଆର ରନ ୱେକୁ ଯିବାକୁ ନିର୍ଦ୍ଦେଶ ମିଳିଥିଲା। ଏହି ସମୟରେ ଦିଲ୍ଲୀ-ବାଗଡଥଗ୍ରା ବିମାନକୁ ସମାନ ୨୯ଆର ରନୱେରୁ ଉଡ଼ାଣ ଭରିବାକୁ ଅନୁମତି ମିଳିଥିଲା।

Advertisment

ଦିଲ୍ଲୀ-ବାଗଡୋଗ୍ରା ବିମାନ ଟେକ ଅପ ପାଇଁ ପ୍ରସ୍ତୁତ ହେଉଥିବା ଦୃଶ୍ୟ ପୂର୍ବରୁ ଏଠାରେ ଲ୍ୟାଣ୍ଡ କରିଥିବା ବିମାନର ମହିଳା ପାଇଲଟଙ୍କ ନଜରରେ ପଡ଼ିଥିଲା। ସେ ତୁରନ୍ତ ଏ ସମ୍ପର୍କରେ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଜଣାଇଥିଲେ। ଏହି ଖବର ପାଇ ଏଟିସି ପକ୍ଷରୁ ତୁରନ୍ତ ଟେକ ଅପକୁ ବାତିଲ କରାଯାଇଥିଲା। ଦୁଇଟି ଯାକ ବିମାନରେ ମୋଟ ୩୦୦ ଜଣ ଯାତ୍ରୀ ଥିଲେ।

ଜଣେ ଅଧିକାରୀ କହିଛନ୍ତି, “ଦୁଇଟି ଯାକ ବିମାନକୁ ଗୋଟିଏ ରନ ୱେ ବ୍ୟବହାର ପାଇଁ ସମାନ ସମୟରେ ଅନୁମତି ଦିଆଯାଇଥିଲା। କିନ୍ତୁ ଏଟିସି ଠିକ ସମୟରେ ସ୍ଥିତିକୁ ନିୟନ୍ତ୍ରଣ କରି ନେଇଥିଲା। କାର୍ଯ୍ୟରେ ଥିବା ଏଟିସି ଅଫିସର ଭିସ୍ତାରା ବିମାନକୁ ତୁରନ୍ତ ଟେକ ଅପ ବନ୍ଦ କରିବାକୁ କହିଥିଲେ। ଟେକ ଅପ ବାତିଲ କରାଯିବା କ୍ଷଣି ବିମାନଟି ସକ୍ରିୟ ରନ ୱେରୁ ବାହାରି ଯାଇଥିଲା।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe